ସାଧାରଣ ଲୋକ ର ଅସାଧାରଣ ପ୍ରଚେଷ୍ଟା ଓଡ଼ିଶାରେ ପ୍ରଥମ ଥର ପାଇଁ  ଆସିଲା  କ୍ଷୀର ATM

ହଁ ଆଂଜ୍ଞା ବିଶ୍ୱାସ ହେଉନି କି ହେଲେ କଥାଟି ସତ ତାହା ପୁଣି ରାଜଧାନୀ କୋଳଥିଅା ଛକରେ ଦେଖିବାକୁ ମିଳିଛି ଏହି  କ୍ଷୀର ଏଟିଏମକୁ । ଥରରେ ପାଖାପାଖି ୨୫୦  mL ରୁ ୫ଲିଟରପର୍ଯ୍ୟନ୍ତ ଏଥିରୁ କ୍ଷୀର ବାହରି ଥାଏ । ଅାଉ ୨୫୦ml କ୍ଷୀର ପାଇଁ ଦେବାକୁ ପଡ଼ୁଛି ୧୦ ଟଙ୍କା । କ୍ୟାସ ହେଉ କିମ୍ବା ପେଟିଏମ ହଉ ଅବା ମେସିନକୁ ବ୍ୟବହାର କରି ସୁବିଧାରେ ମିଳିପାରୁଛି କ୍ଷୀର । ସକାଳ ୭ଟାରୁ ଦିନ ୧୦ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୮ ପର୍ଯ୍ୟନ୍ତ ଚାଲିଛି ଏଟିଏମ ସେବା । ରବୀନ୍ଦ୍ର ଦାସ ନାମକ ଜଣେ ଚାଷୀ  ଲୋକମାନଙ୍କୁ ସୁବିଧାରେ ଏବଂ ଅଳ୍ପ ପଇସାରେ ବିଶୁଦ୍ଧ କେମିକାଲ ବିହୀନ କ୍ଷୀର ଯୋଗାଇଦେବା ପାଇଁ  ଆରମ୍ଭ କରିଥିଲେ ଏ  ଅଭିନବ ଉପାୟ I  କୁହାଯାଏ  କଠିନ ପରିଶ୍ରମ କେବେ ବିଫଳଯାଏନା ,  ଆର୍ଥିକ ମାନ୍ଦାବସ୍ଥା ଦୋହଲାଇ ପାରିନଥିଲା ଶ୍ରୀ ଦାସ ଙ୍କୁ ନିଜର ଜମି କୁ ବିକି ସ୍ଵ ଚେଷ୍ଟା ରେ ତିଆରି କରିଥିଲେ କ୍ଷୀର ATM ,ଶେଷରେ ସଫଳ ହେଲେ ଶ୍ରୀ ଦାସ I ରାଜଧାନୀ ବାସି ଙ୍କ ପାଇଁ ଉପହାର ଦେଲେ କ୍ଷୀର ATM I   ସ୍ଥାନୀୟ କ୍ଷୀର ଚାଷୀ ମାନଙ୍କର ଅଭାବୀ ବିକ୍ରି ମଧ୍ୟ ଏହା ଦ୍ୱାରା ସମ୍ପୂର୍ଣ ଦୂରେଇଯାଇଛି  ଶ୍ରୀ ଦାସ ଙ୍କର  ଏ କ୍ଷୀର ATM  ଉପାୟ ଦ୍ୱାରା I

Leave a Reply

Your email address will not be published. Required fields are marked *