​ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନଙ୍କ ଘରକୁ ବିଜେପି କର୍ମୀଙ୍କ ଗୋବର  ମାଡ଼ : ଘରେ ଭଙ୍ଗାରୁଜା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ  କାର୍ତ୍ତିକେୟନ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରକୁ  BJP  କର୍ମୀ ଗୋବର ଓ ଢ଼େଲା ଫିଙ୍ଗିଥିବା ଜଣାପଡ଼ିଛି। ଘର ଭିତରକୁ ପଶିବା ପାଇଁ ଉଦ୍ୟମ କରୁଥିବା ବିଜେପି କର୍ମୀଙ୍କୁ ପୁଲିସ ବାଧା ଦେଇଛି।  ଘର ଭିତରକୁ ଧସେଇ ପଶିବାକୁ ଉଦ୍ୟମ କରିଥିବା  ୫ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କଲା ପୋଲିସ I

ତଦନ୍ତ ଜାରି ରହିଛି, ଗିରଫ ସଂଖ୍ୟା ବଢ଼ିବ, ଏପରି ଘଟଣାକୁ ବରଦାସ୍ତ କରାଯିବନି  ଷଡ଼ଯନ୍ତ୍ରକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି  ପୋଲିସ କମିସନର ୱାଇ.ବି.ଖୁରାନିଆ ବୋଲି ସୂଚନା ଦେଇଛନ୍ତି

Leave a Reply

Your email address will not be published. Required fields are marked *