ମୁଖ୍ୟମନ୍ତ୍ରୀ ଙ୍କ  ସବୁ ସଭା କୁ  ଗୋବର ପାଣି ଛିଞ୍ଚି ପବିତ୍ର କରିବେ ଅଣ୍ଡା ମାରିଥିବା  ରାଜେଶ୍ୱରୀ

ବାଲେଶ୍ୱର ତାଳସରି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ମଞ୍ଚ ରେ  ଅଣ୍ଡାମାଡ଼ କରି ଗିରଫ ହେଇ ଗତକାଲି ମେଡ଼ିକାଲରୁ ଡିସ୍‌ଚାର୍ଜ ହେବା ପରେ ଆଜି  ରାଜେଶ୍ୱରୀ  ସାମ୍ୱାଦିକ ସମ୍ମିଳନୀ  ରେ କହିଛନ୍ତି ଯେ  ବିନା ଦୋଷରେ  ମୋ ସ୍ୱାମୀଙ୍କୁ  ପୋଲିସ ଉଠାଇ ନେଇଥିଲେ ଯାହାର ପ୍ରତିବାଦ କରି ମୁଁ ଅଣ୍ଡା ମାଡ କରିଥିଲି ହେଲେ ମୁଖ୍ୟମନ୍ତ୍ରୀଙ୍କ  ସଭା ମଞ୍ଚ ଆଗରେ  ବିଜେଡି କର୍ମୀମାନେ ଦ୍ରୌପଦୀଙ୍କ ର ବସ୍ତ୍ର ହରଣ ପରି   ମୋ   ଚୁଟିକୁ ଟାଣି ମାଡ଼ ମାରି ଶାଢ଼ି ଓ ବ୍ଲାଉଜ୍‌  ଚିରି ପକାଇଲେ ଏବଂ  ମୁଖ୍ୟମନ୍ତ୍ରୀ କେବଳ ଅନ୍ଧ ଧ୍ରୁତରାଷ୍ଟ୍ର  ସାଜିଲେ I 


ଦ୍ରୌପଦୀ ପାଇଁ ଯେମିତି କୁରୁ ବଂଶ ଧ୍ୱସ ହୋଇଯାଇଥିଲା, ଠିକ୍‌ ସେମିତି ବିଜେଡି ଦିନେ ଧ୍ୱସ ହେଇଯିବ ।”

ଆଗକୁ  ମୁଖ୍ୟମନ୍ତ୍ରୀ ଯେଉଁଠି ସଭା କରିବେ  ସେଠି  ଗୋବର ପାଣି ଛିଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଦ୍ଧ ବା ପବିତ୍ର କରିବେ  ବୋଲି  ରାଜେଶ୍ୱରୀ  କହିଛନ୍ତି ।

Leave a Reply

Your email address will not be published. Required fields are marked *