ଗୋଇଠା ମାରି   ମା ପେଟରୁ ଛୁଆ କୁ ମାରିଦେଲେ  ସିପିଏମ ନେତା

ମା ପେଟରୁ ଗୋଇଠା ମାରି  ପାଞ୍ଚମାସର ଗର୍ଭନଷ୍ଟ କଲେ  ସିପିଏମ ନେତା : ଘଟଣାଟି କେରଳର କୋଦାନଚେରି ସହରର ସୂଚନା ଅନୁଯାଇ ବୁଧବାର ରାତି ସମୟରେ ଘରୋଇ କଳି କୁ କେନ୍ଦ୍ରକରି କିଛି  ବ୍ୟକ୍ତି  ଏବଂ ସିପିିଏମ ନେତା ଥାମ୍ବି ଜଣେ  ମହିଳାଙ୍କ ସ୍ୱାମୀଙ୍କ ଘରେ ପଶି ଗାଳି ଗୁଲଜ ସହିତ  ମାରପିଟ କରିଥିଲେ , ଅଭିଯୁକ୍ତମାନେ ସ୍ୱାମୀ ଓ ପୁତ୍ରକୁ ମାଡ ମାରୁଥିବା ଦେଖି ମହିଳା ଜଣକ ଅଟକେଇବାକୁ ଉଦ୍ୟମ କରିବାରୁ ଜଣେ ଦୁର୍ବୁତ୍ତ ମହିଳା  ଜଣଙ୍କୁ ଖୁଣ୍ଟରେ ବାନ୍ଧିଦେଇଥିଲେ I ସେଠାରେ ଉପସ୍ଥିତ ଥିବା ସିପିିଏମ ନେତା ଥାମ୍ବି  ମହିଳା ଜଣଙ୍କ ପେଟକୁ ଜୋରରେ ଗୋଇଠା ମାରିଥିଲେ।  ମହିଳା ଜଣକ ପାଞ୍ଚମାସର ଗର୍ଭବତୀ ଥିଲେ।  ଗୋଇଠା ମାଡ଼ରେ ମହିଳା ଜଣକ ଜୀବନ ବିକଳ ରେ ଚିଲାଈଥିଲେ ମଧ୍ୟ କେହି ଶୁଣିନଥିଲେ ,ପରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲେ  ମଧ୍ୟ ଗର୍ଭସ୍ଥ ଶିଶୁଟି ଟି ନଷ୍ଟ ହୋଇଯାଇଥିଲା   I  ପରେ ମହିଳା ଜଣକ  ଏନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ  ୭ ଜଣଙ୍କୁ ଗିରଫ କରିଥିଲେ ସୁଦ୍ଧା  ମୁଖ୍ୟ ଅଭିଯୁକ୍ତ  ସିପିଏମ ନେତା  ଥାମ୍ବି  ଏପର୍ଯ୍ୟନ୍ତ  ଗିରଫ ନହୋଇ ନିର୍ଭୟରେ ବୁଲୁଥିବା  ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *