ପକ୍ଷୀ ସହିତ  ମାଡ ହେଲା ଇଣ୍ଡିଗୋ-୩୧୪  ଅଳ୍ପକେ ବର୍ତିଲେ   ୧୯୧ ଯାତ୍ରୀ

 ଗତକାଲି ସଂଧ୍ୟାରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ରୁ  ୧୯୧ ଜଣ ଯାତ୍ରୀଙ୍କୁ ନେଇ ନୂଆଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଏକ ବିମାନ ଉଡ଼ାଣ ଆରମ୍ଭ କରିବା ସମୟରେ ହଠାତ ଏକ ପକ୍ଷୀ  ବିମାନ ସାମ୍ନା କୁ ଚାଲିଆସିଥିଲା ଏବଂ ବିମାନଟି  ପକ୍ଷୀ  ସହିତ ମାଡ଼ ହୋଇଥିଲା। ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ୍‌ (ଏଟିସି) କୁ ସୂଚନା ଦେଇ ପାଇଲଟ ବିମାନ ଟିକୁ  ଫେରାଇ ଆଣିଥିଲେ । ବିଶେଷଜ୍ଞ ଦଳ  ଯାଞ୍ଚ  ପରେ  ପରେ ରାତି ୮ଟା ୨୩ମିନିଟ୍‌ରେ ବିମାନଟି  ପୁଣି ଠାରେ ନିଜ ନୂଆଦିଲ୍ଲୀ  ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା I

Leave a Reply

Your email address will not be published. Required fields are marked *