ଅଭିଯୋଗ ନ ସୁଣିଲାଠୁ :ଜନଶୁଣାଣି  ସମୟରେ  ଜିଲ୍ଲାପାଳ ଏବଂ ଏସପି ଙ୍କ ସାମ୍ନାରେ ମହିଳାଙ୍କ  ଆତ୍ମାହୁତି ଉଦ୍ୟମ

ଗତକାଲି  ଭଦ୍ରକ ଜିଲ୍ଲାପାଳ ଓ ପୁଲିସ ଅଧିକ୍ଷକଙ୍କ ମିଳିତ ଶୁଣାଣି ସମୟରେ  ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା I  ଜଣେ ମହିଳା ଜିଲ୍ଲାପାଳ ଙ୍କ ସାମ୍ନାରେ  ନିଜ ଶରୀରରେ କିରାସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ । ତେବେ ପାଖରେ ଥିବା ସୁରକ୍ଷାକର୍ମୀ ଏବଂ ସାଧାରଣ ଲୋକେ ମହିଳା ଜଣକୁ ଅଟକେଇଦେଇଥିଲେ I ଖବର ରୁ ଜଣାପଡିଛି ମିଳିଥିବା ମହିଳା ଜଣକ ନାମ  ବିଳାସିନୀ ପାତ୍ର ଘର  ଧାମନଗର ଥାନା ଅନ୍ତର୍ଗତ ଦିହୁଡ଼ି ଗ୍ରାମର  I  ଗତ ଦୁଇମାସ ଧରି ବିଳାସିନୀ ଙ୍କର  ଝିଅ ନିଖୋଜ ଅଛନ୍ତି , ଝିଅ ନିଖୋଜ ହେବାର ୫୦ ଦିନ ରୁ ଉର୍ଧ୍ଵ  ବିତି ଯାଇଥିଲେ ସୁଦ୍ଧା ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବାରୁ ମହିଳା ଜଣକ ବାଧ୍ୟ ହୋଇ ଜିଲ୍ଲାପାଳ ଙ୍କ ଆଗରେ ଆତ୍ମହୁତି ଦେବାକୁ ବାଧ୍ୟ ହୋଇଥିଲେ ।

Leave a Reply

Your email address will not be published. Required fields are marked *