ବରପାଲି କୁମ୍ଭାରୀରେ ରାଇଜ ର ମୁଖିଆ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଚପଲ ଫିଙ୍ଗିଥିବା କାର୍ତ୍ତିକ ମେହେର୍ କୁ ନେକୁ ଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା , ନିଜେ ଯୁବକ ଜଣକ ମିଡ଼ିଆ ଆଗରେ ବୟାନ ରଖିଥିଲେ କି ସେ ବିଜେପି ପ୍ରାଥୀ ଅଶୋକ ପାଣିଗ୍ରାହୀ ଙ୍କ ପ୍ରରୋଚନାରେ ଚପଲ ଫିଙ୍ଗିଛନ୍ତି I ଯୁବକ ଜଣକ ବିଜେପି ର କର୍ମୀ ଏବଂ ତାଙ୍କ ପାକେଟ ରୁ ବିଜେପି ପତାକା ମିଳିଥିବା ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା କହିଥିବା ବେଳେ ପଦ୍ମପୁର ଆଇଆଇସି ଭିର୍ନ ମତ ରଖିଛନ୍ତି ଯେ ଯୁବକଟି ଆଡ଼ବାୟା ହୋଇଥିବାବେଳେ ତାହାର କୌଣସି ପଲଟିକାଲ ଲିଙ୍କ ନାହିଁ ଏବଂ ପରେ ଏଇଥିପାଇଁ ଆଇଆଇସି କ୍ଷମା ମାଗିଥିଲେ ଯେ ସେ ସତ୍ୟାସତ୍ୟ ନଜାଣି ଭୁଲ ଷ୍ଟେଟମେଣ୍ଟ ଦେଇଥିଲେ । ଏପଟେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଲୋକ ସହ ବିଜେପିର କୌଣସି ସମ୍ପର୍କ ନାହିଁ ବୋଲି ବିଜେପି ସଫେଇ ଦେଇଥିବା ବେଳେ ଅଭିଯୁକ୍ତ ଯୁବକ କାର୍ତିକ ମେହେର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସହ ଜଡିତ ବୋଲି ଯୁବକ ର ଏକ ଫଟ ଦେଖାଇ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଦାବି କରିଛନ୍ତି