ଶବ ସହିତ ଖେଳ ଖେଳିଲା କଟକ ମହାନଗର ନିଗମ ପ୍ରଶାସନ

କଟକ ଖାନନଗର ସ୍ମଶାନଘାଟରେ ଗତକାଲି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଥିଲା I ଏସ ସି ବି ମେଡିକାଲରୁ ନିଜ ଝିଅ ମୃତ ଶରୀରକୁ ଦାହ କରିବାଲାଗି ଆସିଥିବା ଗରୀବ ଦମ୍ପତ୍ତିଙ୍କୁ ଗତକାଲି ବେଶ ହଟ୍ଟହଟା ହେବାକୁ ପଡିଛି I ନିଗମ କର୍ତ୍ତୃପକ୍ଷଙ୍କ କାମଖିଆଲି ମନୋଭାବ ଯୋଗୁଁ , ଖାନନଗର ସ୍ମଶାନ ଘାଟ ସାମ୍ନାରେ ପ୍ରାୟ ୪ ଘଣ୍ଟା  ଧରି ମୃତ ଝିଅର ସବା ପକାଇ ବୃଦ୍ଧ ବାପା ମା ଅନାଇ ରହିଥିଲେ ଝିଅର ଶବ ଦାହ ପାଇଁ I  ଏପରିକି ଏଲ ପି ଜି ଚୁଲା  ଜରିଆରେ ଶବଦାହ କରିବାଲାଗି ସେମାନେ ଯେତେବି କାକୁତି ମିନତି କଲେବି  କେହିବି ହେଲେ କର୍ଣ୍ଣପାତ କରିନଥିଲେ ସେମାନଙ୍କ ଗୁହାରି I ଏପରିକି ସ୍ମଶାନ ନିକଟରେ ଥିବା ସି ଏମ୍ ସି ବା କଟକ ମହାନଗର ନିଗମର ପ୍ରୋଜେକ୍ଟ ଅଫିସକୁ ଯାଇ ଉଭୟ ବାପା ଏବଂ ମା ସରକାରୀ ବାବୁ ମାନଙ୍କୁ ଗୁହାରି କରିଥିଲେ ହେଲେ  ଫଳ କିଛି ମିଳିନଥିଲା ସେମାନଂକୁ  ପାଖାପାଖି ୪  ଘଣ୍ଟା ଯାଏଁ ସ୍ମଶାନ ଆଗରେ ପଡିରହିଥିଲା ଶବ Iତେବେ ପ୍ରଶ୍ନ ଉଠୁଛି ଶବ ଦାହ ପାଇଁ ଏତେ ଯୋଜନା ଥିଲା ବେଳେ ତାହା କାହା ପାଇଁ ? ଏ ଘଟଣା କୁ ବୁଦ୍ଧିଜୀବୀ ମହଲ ରୁ  ତୀବ୍ର ନିନ୍ଦା କରାଯାଇଛି I

Leave a Reply

Your email address will not be published. Required fields are marked *