ଭୁବନେଶ୍ୱର: ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ଭାବେ ତିନି ଜଣ ରାଜନୈତିକ ବ୍ୟକ୍ତିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ବୋର୍ଡର ସଦସ୍ୟ ଭାବେ ପୂର୍ବତନ ବିଧାୟକ ରବି ମଲ୍ଲିକ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାଶ ଓ ବିଜେଡିର ରାଜ୍ୟ ସଂପାଦକ ଥିବା ଈଶ୍ୱର ପାଣିଗ୍ରାହୀଙ୍କୁ ନିଯୁକ୍ତି ମିଳିଛି।
ସେହିଭଳି ୪ ଜଣ ରାଜନୈତିକ ବ୍ୟକ୍ତିଙ୍କୁ ବିଭିନ୍ନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ମୁନ୍ନା ଖାଁ(ମୁଜିବୁଲ୍ଲା ଖାଁ)ଙ୍କୁ କାଜୁ ଉନ୍ନୟନ ନିଗମରେ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି। ଏଥିପୂର୍ବରୁ ସେ ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ ଥିଲେ। ସେହିପରି ବରଗଡ଼ ଜିଲ୍ଲାର ବିଜେଡି ନେତା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ କୃଷି ଶିଳ୍ପ ନିଗମରେ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଥିବା ବେଳେ ପୁରୀର ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କ୍ଷୁଦ୍ର ଶିଳ୍ପ ନିଗମରେ ଅଧ୍ୟକ୍ଷ ଭାବରେ ନିଯୁକ୍ତି ମିଳିଛି। ଆପିକଲର ଅଧ୍ୟକ୍ଷ ଭାବରେ କେନ୍ଦ୍ରାପଡ଼ା ଜିଲ୍ଲାର କୃତିବାସ ନାୟକଙ୍କୁ ନିଯୁକ୍ତି ମିଳିଛି।