ଇଛା ମୃତ୍ୟୁ କୁ ସୁପ୍ରିମ କୋର୍ଟ ଙ୍କ ତଥାସ୍ତୁ। ଜାଣନ୍ତୁ କଣ ଏହା

ସୁପ୍ରିମ କୋର୍ଟ ଆଜି ଭାରତ ରେ ଇଛା ମୃତ୍ୟୁ କୁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ ଯେପରି ମଣିଷ ସମ୍ମାନ ର ସହ ବଞ୍ଚିବାର ଅଧିକାର ଅଛି ସେହିପରି ସମ୍ମାନ ର ସହ ମରିବାର ଅଧିକାର ମଧ୍ୟ ପ୍ରତେକ ମଣିଷ ର ଅଛି।

ଏଥି ପାଇଁ ସୁପ୍ରିମ କୌର୍ଟ୍ କହିଛନ୍ତି ଯେ ଅସାଧ୍ୟ ଦୁରାରୋଗ୍ୟ ରେ ପୀଡ଼ିତ ମୃତ୍ୟୁ କୁ ଅପେକ୍ଷା କରିଥିବା ରୋଗୀ ଙ୍କୁ ଇଛା ମୃତ୍ୟୁ ମିଳିପାରିବ। ଉଭୟ ଇଛା ମୃତ୍ୟୁ ଏବଂ ଇଛା ପତ୍ର ଆଇନ ଗତ ଭାବେ ବୈଧ।

ତେବେ ଏଥି ପାଇଁ ଡାକ୍ତର ଏବଂ ପରିବାର ବର୍ଗ ଙ୍କ ସହମତି ନିହାତି ଆବଶ୍ୟକ।

ସରକାର ଏହି ପ୍ରସଙ୍ଗ ରେ ନୂଆ ଆଇନ ଆଣିବା ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରିଛନ୍ତି।

Leave a Reply

Your email address will not be published. Required fields are marked *