ଧୋକା ପ୍ରେମିକା କୁ ଛୁରା ମାଡ କରି ନିଜେ ପିଇଲା ବିଷ

ଦୁହେଁ ଦୁହିଁକୁ ନିବିଡ ଭାବରେ ଭଲ ପାଉଥିଲେ ଏବଂ ବାହାହେବା ପାଇଁ କଥା ଦେଇଥିଲେ କିନ୍ତୁ କୌଣସି କାରଣବଶତଃ ପ୍ରେମିକା ଜଣକ ଦୂରେଇଯାଇଥିଲା ପ୍ରେମିକ ଠାରୁ I ଏବଂ କିଛି ଦିନ ଧରି  ପ୍ରେମିକା ଜଣଙ୍କ ଅନ୍ୟ ଜଣେ ଯୁବକଙ୍କ ପ୍ରେମରେ ପଡିଯାଇଥିଲେ ଯାହାକୁ ସହ୍ୟ କରିପାରିନଥିଲା ପ୍ରେମିକ । ପ୍ରେମିକାଙ୍କ ଘରକୁ ଯାଇ  ବିବାହ ପ୍ରସ୍ତାବ ଦେଇଥିଲା ହେଲେ  ପ୍ରେମିକା ଜଣଙ୍କ  ଏଥିରେ ରାଜି  ହେଇନଥିଲେ I ରାଗ ପଞ୍ଚମ କୁ ଉଠିଯାଇଥିଲା ପ୍ରେମିକର , ପାଖରେ ଥିବା ଛୁରି ରେ ପ୍ରେମିକା କୁ ଭୁଷି ଦେଇଥିଲା ଏବଂ ନିଜେ ବିଷ ପି ଦେଇଥିଲା I ଉଭୟଙ୍କୁ ନିକଟସ୍ଥ ମେଡିକାଲରେ  ଭର୍ତ୍ତି କରାଯାଇଥିଲା । ପ୍ରେମିକାର ଅବସ୍ଥା ଗୁରୁତର  ଅଛି ଏବଂ  ଅଭିଯୁକ୍ତ  ପ୍ରେମିକ କୁ ପୁଲିସ ଗିରଫ କରିଛି । ଘଟଣା ଟି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ବଳଦିଆ ଗ୍ରାମର I ଯୁବକ ଙ୍କ ନାମ  କୁରୁମା ପ୍ରାସ୍କା।

Leave a Reply

Your email address will not be published. Required fields are marked *