ସିବିଆଇ କୁ ନୀରବ ମୋଦି ଙ୍କ ମେଲ୍:- ମୁଁ ପଳାତକ ନୁହେଁ।

ପଞ୍ଜାବ ନାସନାଲ୍ ବ୍ୟାଙ୍କ୍ ର ୧୨୭୦୦ କୋଟି ଟଙ୍କା ଠକେଇ ର ମୁଖ୍ୟ ଅଭିଯୁକ୍ତ ନୀରବ ସିବିଆଇ କୁ ଏକ ମୈଲ୍ କରିଛନ୍ତି। ଯେଉଁଥିରେ ସେ ପଳାତକ ନୁହେଁ ବୋଲି ଉଲ୍ଲେଖ କରିଛନ୍ତି।

ଗତ ୭ ତାରିଖ ରେ ସିବିଆଇ କୁ ମୈଲ୍ କରି ନୀରବ କହିଛନ୍ତି ଯେ ବାହାରେ ତାଙ୍କର ବ୍ୟବସାୟିକ କାର୍ଯ୍ୟ ରହିଥିବାରୁ ସେ ଏବେ ଭାରତ କୁ ଫେରି ପାରିବେ ନାହିଁ ତେବେ ସିବିଆଇ ସହ ମେଲ୍ ରେ ଯୋଗା ଯୋଗ ସେ ରହିବେ।

ଏହି ମେଲ୍ ରେ ସେ ଗଣ ମାଧ୍ୟମ ଓ ରାଜନୈତିକ ଦଳ ଗୁଡିକ ଉପରେ ମଧ୍ୟ ବର୍ଷିଛନ୍ତି। କହିଛନ୍ତି ଯେ ମୁଁ ପଳାତକ ନ ହୋଇଥିଲେ ମଧ୍ୟ ଏ ମାନେ ମୋତେ ପଳାତକ ସାଜି ସାରିଲେଣି।

ଏତଦ୍ ବ୍ୟତୀତ ଦରମା ପାଇନଥିବା କର୍ମଚାରୀ ଓ ଗିରଫ ହୋଇଥିବା କର୍ମଚାରୀ ଙ୍କ ପରିବାର ସଦସ୍ୟ ମାନଙ୍କ ଠାରୁ ସେ ଧମକ ପାଉଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *