ବିଦ୍ୟୁତ ଉପଭୋକ୍ତା ଙ୍କୁ ଆଶ୍ଵସ୍ତି : ଚଳିତ ବର୍ଷ ପାଇଁ ବଢିବନି  ବିଦ୍ୟୁତ ଦର

ବିଦ୍ୟୁତ ଉପଭୋକ୍ତା ଙ୍କୁ ଆଶ୍ଵସ୍ତି : ଚଳିତ ବର୍ଷ ପାଇଁ ବଢିବନି  ବିଦ୍ୟୁତ ଦର ଏନେଇ 

OERC କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି – ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ, ଡିଜିଟାଲ ପେମେଣ୍ଟ କଲେ ମିଳିବ 1 % ରିହାତି, ବର୍ଷ ତମାମ ଧାର୍ଯ୍ୟ ତାରିଖ ଭିତରେ ଦେୟ ପୈଠ କଲେ ମିଳିବ ଅତିରିକ୍ତ ରିହାତି I 
ସୂଚନା ଥାଉ କି ବିଦ୍ୟୁତ କ୍ଷେତ୍ରରେ ହେଉଥିବା ଆର୍ଥିକ କ୍ଷତି କୁ ଭରଣା କରିବାକୁ ଉପଭୋକ୍ତା ଙ୍କ  ଉପରେ ବେଡି ଉପରେ କୋରଡ଼ା ମାଡ ସଦୃଶ  ବିଦ୍ୟୁତ ଉତ୍ପାଦନ ଓ ବଣ୍ଟନକାରୀ ସଂସ୍ଥା  ବିଦ୍ୟୁତ ଶୁକ୍ଳ  ଦର  ବୃଦ୍ଧି  ନିମନ୍ତେ ଓଇଆରସି ରେ ଆବେଦନ କରିଥିଲେ ଯାହାର କି  ଜନଶୁଣାଣି ଫେବୃଆରୀ 5 ରୁ ୧୩ ତାରିଖ ପର୍ଯ୍ୟନ୍ତ  ଚାଲିଥିଲା ଏବଂ ରାୟ କୁ ସ୍ଥଗିତ ରଖାଯାଇଥିଲା I  ଜନଶୁଣାଣି ରେ OPGC, OHPC, GRIDCO, OPTCL, SLDC, CESU, NESCO, WESCO, SOUTHC  ଭାଗ ନେଇ 

୧୦ରୁ ୨୦ ପ୍ରତିଶତ ତାରିଫ ବୃଦ୍ଧି କରିବା ପାଇଁ ଯୁକ୍ତି ବାଢିଥିଲେ  । OERC  ରେ ବଣ୍ଟନ କମ୍ପାନୀ ଗୁଡିକର  ବିଦ୍ୟୁତ ଶୁକ୍ଳ ବୃଦ୍ଧି ପ୍ରସ୍ତାବ  କୁ  ଦୃଢ  ବିରୋଧ କରିଥିଲେ  ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ ଯେହେତୁ ବଣ୍ଟନ କମ୍ପାନୀ ଗୁଡିକ ୬ ହଜାର ୬ଶହ କୋଟି ଟଂକା ବାକି ରଖିଛନ୍ତି ଏବଂ  ବିଦ୍ୟୁତ ଚୋରି, ଏଟିସି ଲସ, ସବଷ୍ଟେସନ ମରାମତି ଆଦି କ୍ଷତିକୁ କମାଇବା  ପାଇଁ ବଣ୍ଟନ କମ୍ପାନୀ ଗୁଡିକ  ସଠିକ ଦୃଷ୍ଟି ଦେଉନାହାନ୍ତି ତେଣୁ ବିଦ୍ୟୁତ ବୃଦ୍ଧି ଉଚିତ ନୁହେଁ ,ଯାହାକୁ oerc  ଉପଲବ୍ଧ କରିବା ସହିତ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ ଦର ଅପରିବର୍ତ୍ତିତ ରହିଛି  ଏବଂ  ବିଜୁଳି ଦର ବଢିବନାହିଁ ବୋଲି  ସୂଚନା ଦେଇଛନ୍ତି  ଓଡିଶା ବିଦ୍ୟୁତ ନିୟାମକ କମିଟିର ନିର୍ଦେଶକ ପ୍ରିୟବ୍ରତ ପଟ୍ଟନାୟକ I ଏନେଇ ଉପଭୋକ୍ତା ମହାସଂଘର ସଭାପତି ରମେଶ ଚନ୍ଦ୍ର ଶତପଥୀ OERC ର ନିଷ୍ପତି କୁ ସ୍ୱାଗତ କରିବା ସହିତ   ଆଗାମୀ ଦିନରେ  ଉପଭୋକ୍ତା ଙ୍କ ପାଇଁ ଲଢେଇ ଜାରି ରହିବ ବୋଲି ମତାମତ ରଖିଛନ୍ତି  I

Leave a Reply

Your email address will not be published. Required fields are marked *