ଦୁର୍ଘଟଣାର ଶିକାର ହେଲେ କ୍ରିକେଟ୍‌ ଖେଳାଳି ସାମି

ଭାରତୀୟ କ୍ରିକେଟ୍‌ ଖେଳାଳି ମହମ୍ମଦ ସାମି ରବିବାର ସକାଳେ ଦେହରାଦୁନରୁ ଦିଲ୍ଲୀ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହାଇଛନ୍ତି। ଏହି ଦୁର୍ଘଟଣାରେ ସାମିଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି ।

ମିଳିଥିବା ସୂଚନା ମୁତାବକ, ସାମି ଆଜି ସକାଳୁ ପ୍ରାକ୍ଟିସ ପାଇଁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଦୁର୍ଘଟଣାରେ ସାମୀଙ୍କର ଡାହାଣପଟ ଆଖିର ଉପରି ଭାଗରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ସିଏମଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଘାତସ୍ଥାନରେ ୩ରୁ ୪ଟି ଷ୍ଟିଚ୍‌ ପଡିଥିବା ସହିତ ସାମି ଏବେ ସୁସ୍ଥ ଥିବା ନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *