ରବିବାରଠାରୁ ସାରା ଦେଶରେ ଇ-ୱେ ବିଲ ବାଧ୍ୟତାମୂଳକ

 

ଆସନ୍ତା ରବିବାର ଅର୍ଥାତ ଏପ୍ରିଲ ପହିଲାରୁ ସାରା ଦେଶରେ ଇ-ୱେ ବିଲ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଏହା ଅନୁଯାୟୀ ୫୦ ହଜାର ଟଙ୍କାରୁ ଅଧିକ ପରିମାଣର ମାଲ ପରିବହନ କରୁଥିବା ଟ୍ରକ ଗୁଡ଼ିକୁ ଇ-ୱେ ବିଲ ରଖିବାକୁ ହେବ । ପୂର୍ବରୁ ଏହି ବ୍ୟବସ୍ଥା ଫେବ୍ରୁଆରୀ ୧ରୁ ଆରମ୍ଭ ହୋଇଥିଲା, କିନ୍ତୁ ବୈଷୟିକ ତ୍ରୁଟି ଯୋଗୁଁ ଏହାକୁ ଏପ୍ରିଲ ୧କୁ ଘୁଞ୍ଚାଇ ଦିଆଯାଇଥିଲା । ଏହା ଦ୍ୱାରା ଟିକସ ଆଦାୟ କ୍ଷେତ୍ରରେ ସ୍ୱଚ୍ଚତା ଆସିବ ଓ ସରକାରଙ୍କ ଟିକସ ରାଜସ୍ୱ ବଢିବ ।

ପୂର୍ବରୁ ଜିଏସଟି କାଉନସିଲ ନିଷ୍ପତ୍ତି ନେଇଥିଲା ଯେ ଜାନୁୟାରୀ ୧ରୁ ଏହି ବ୍ୟବସ୍ଥାକୁ ପର୍ଯ୍ୟାୟକ୍ରମେ ଆରମ୍ଭ କରି ଏପ୍ରିଲ ସୁଦ୍ଧା ସମଗ୍ର ଦେଶରେ ଲାଗୁ କରାଯିବ । କିନ୍ତୁ ଏହାର ଭିତ୍ତିଭୂମି ପ୍ରସ୍ତୁତ ହୋଇନଥିବାରୁ ଏହାକୁ ଫେବ୍ରୁଆରୀ ୧ରୁ ଲାଗୁହୋଇଥିଲା । କିନ୍ତୁ ଏହାର ଆଇଟି ସିଷ୍ଟମ କ୍ରାସ କରିଯିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଆସନ୍ତା ରବିବାରଠାରୁ ଏହା ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *