ଲେହମାନଙ୍କ ପରେ କିଏ ହେବେ ଅଷ୍ଟ୍ରେଲିଆ ଦଳର କୋଚ୍‌: ରେସ୍‌ରେ ୫ଜଣ

 

ବଲ୍‌ ଟାମ୍ପରିଂ ବିବାଦରେ ଛନ୍ଦି ହୋଇ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର କୋଚ୍ ଲେହମାନ୍‌ ପଦରୁ ଇସ୍ତଫାଦେବା ସହ ଜୋହନ୍ସବର୍ଗରେ ଖେଲାଯାଉଥିବା ୪ର୍ଥ ଟେଷ୍ଟ ତାଙ୍କର ଶେଷ ଟେଷ୍ଟ ହେବ ବୋଲି ସେ ଘୋଷଣା କରିଛନ୍ତି। ଲେହମାନ ୨୦୧୩ରୁ ଟିମ୍‌ର କୋଚ୍ ପଦରେ ରହିଆସିଥିଲେ। ଏହାପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ ଟିମ୍‌ର ନୂଆ କୋଚ୍‌ କିଏ ହେବେ ଏନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି।

ରିପୋର୍ଟ ଅନୁସାରେ ଏହି ରେସ୍‌ରେ ଏବେ ସବୁଠୁ ଆଗରେ ଅଛନ୍ତି ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଏବଂ ପୂର୍ବତନ ଓପନର୍‌ ଜଷ୍ଟିନ୍‌ ଲାଙ୍ଗର। ଏହାସହ ଅଷ୍ଟ୍ରେଲଆର ପୂର୍ବତନ ବୋଲର ଗିଲେସ୍ପି , ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର୍‌ ଟମ ମୁଡ଼ିଙ୍କ ସହ ଇଂଲଣ୍ଡ ଟିମ୍‌ର ବର୍ତ୍ତମାନ କୋଚ୍‌ ଟ୍ରେଭର୍‌ ବେଲିସ୍‌ ମଧ୍ୟ ଏହି ପଦ ପାଇଁ ଦାବିଦାର ଅଛନ୍ତି।

ଅଷ୍ଟ୍ରେଲିଆ ପାଇଁ ୧୦୫ଟି ଟେଷ୍ଟ ଖେଳିଥିବା ଲାଙ୍ଗର କୋଚିଂରେ ଅଭିଜ୍ଞତା ରଖିଛନ୍ତି। ଲେହମାନଙ୍କ ଅନୁପସ୍ଥିତିରେ ଲାଙ୍ଗର ୨ ଥର ଅଷ୍ଟ୍ରେଲିଆ ଟିମ୍‌କୁ ମଧ୍ୟ କୋଚିଂ ଦେଇଆସିଛନ୍ତି। ଅନ୍ୟପଟେ ଅଷ୍ଟ୍ରେଲିଆ ଦଳର ସବୁଠୁ ସଫଳତମ ଅଧିନାୟକ ରହିଥିବା ରିକି ପଣ୍ଟିଂ ମଧ୍ୟ କୋଚ୍‌ ପଦ ପାଇଁ ପ୍ରବଳ ଦାବିଦାର। ପଣ୍ଟିଂ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳର କୋଚ ରହିଥିଲେ। ତାଙ୍କ କୋଚିଂରେ ମୁମ୍ବାଇ ୨୦୧୪ରେ ଚାମ୍ପିୟନ ମଧ୍ୟ ହୋଇଥିଲା। ୨୦୧୮ ଆଇପିଏଲ୍‌ରେ ପଣ୍ଟିଂ ଦିଲ୍ଲୀ ଦଳର କୋଚ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *