ଏଣିକି ‘ପୁରୋହିତ’ ହେବା ପାଇଁ ମିଳିବ ପ୍ରଶିକ୍ଷଣ, ଆସନ୍ତା ଜୁଲାଇରୁ ଆରମ୍ଭ ହେବ ପାଠପଢ଼ା

ଏଣିକି ଲକ୍ଷ୍ମୌ ବିଶ୍ୱବିଦ୍ୟାଳୟ ‘ପୁରୋହିତ’ ନାମକ ଏକ ବିଷୟରେ ପିଲାମାନଙ୍କୁ ଶିକ୍ଷା ଦେବ ବୋଲି ଜାଣିବାକୁ ମିଳିଛି। ଜୁଲାଇରୁ ଶିକ୍ଷା ବର୍ଷ ଆରମ୍ଭ ହେବା ମାତ୍ରେ ଛାତ୍ରଛାତ୍ରୀମାନେ ଛଅ ମାସିଆ ଏହି କୋର୍ସ ଅନୁଯାୟୀ ପୁରୋହିତ ହେବା ପାଇଁ ଶିକ୍ଷା ଅର୍ଜନ କରିବେ। ଏଥିରେ କର୍ମକାଣ୍ଡ ସମେତ ଅନ୍ୟ ସମସ୍ତ ଆଧ୍ୟାତ୍ମିକ କାର୍ଯ୍ୟ ସଂପର୍କରେ ଶିକ୍ଷା ପ୍ରଦାନ କରାଯିବ। ଏହାବ୍ୟତୀତ ଏହି ବିଷୟ ମଧ୍ୟରେ କମ୍ପ୍ୟୁଟର ଜ୍ଞାନ ଏବଂ ଇଂରାଜି ବି ଶିଖିବାକୁ ମିଳିବ। ଦିନକୁ ଦିନ ଉତ୍ତମ ପୁରୋହିତଙ୍କର ଅଭାବ ପରିଲିକ୍ଷିତ ହେଉଥିବାରୁ ୟୁନିଭରସିଟି ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।

ଏହି ଶିକ୍ଷା ପାଇଁ କୌଣସିୁ ବୟସ ସୀମା ରହିବ ନାହିଁ। ଦ୍ୱାଦଶ ପାସ୍‌ କରିଥିଲେ ଏହି ଶିକ୍ଷା ପ୍ରାପ୍ତ ପାଇଁ ଜଣଙ୍କୁ ଯୋଗ୍ୟ ବିବେଚନା କରାଯିବ। ଏଥିରେ ଦୁଇଟି ବିଷୟ ରହିବ। ପ୍ରତ୍ୟେକ ବିଷୟକୁ ୩୦ ଘଣ୍ଟା ଲେଖାଏ ଅଧାପକ ପଢ଼ାଇବେ।

ଲକ୍ଷ୍ନୌ ୟୁନିଭରସିଟି ପିଲାପାମାନଙ୍କ ପାଇଁ ‘ବାଲ୍‌ ସାହିତ୍ୟ ଲେଖନ’ ନାମକ ଏକ କୋର୍ସ ଆରମ୍ଭ କରିବାର ମଧ୍ୟ ଯୋଜନା କରୁଛି। ଏହି ପୁସ୍ତକକୁ ପିଲାମାନେ ପଢ଼ିବା ଦ୍ୱାରା ସେମାନେ ଭାରତୀୟ ସଂସ୍କୃତି ଓ ସାହିତ୍ୟ ବିଷୟରେ ଅବଗତ ହେବେ।

Leave a Reply

Your email address will not be published. Required fields are marked *