କୋର୍ଟ ଶୁଣାଣି: ସଲମାନ୍ ଙ୍କୁ ଜାମିନ ମଞ୍ଜୁର

ଜେଲ୍‌ରୁ ମୁକୁଳିବେ ସଲମାନ ଖାନ। କାରଣ ତାଙ୍କୁ ଜାମିନ୍‌ ମିଳିଯାଇଛି। ୫୦ ହଜାର ଲେଖାଏଁ ୨ଟି ବେଲ୍‌ବଣ୍ଡରେ ତାଙ୍କୁ ଜାମିନ ଦିଆଯାଇଛି। ସନ୍ଧ୍ୟା ସୁଦ୍ଧା ସେ ଜେଲ୍‌ରୁ ବାହାରିପାରନ୍ତି।

କୃଷ୍ଣସାର ମୃଗ ଶିକାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ସଲମାନଙ୍କୁ ଗୁରୁବାର ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ସେହିଦିନ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବାକୁ କୋର୍ଟ ମନା କରି ଦେବାରୁ ତାଙ୍କୁ ସେଠାରୁ ସିଧା ଯୋଧପୁର ସେଣ୍ଟ୍ରାଲ୍ ଜେଲ୍‌କୁ ପଠାଇ ଦିଆଯାଇଥିଲା। ଗତକାଲି ବି ତାଙ୍କ ଜାମିନ ଆବେଦନ ଉପରେ କୋର୍ଟ ରାୟ ଦେଇ ନଥିଲେ।

ଆଜି ସକାଳେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବା ପରେ କୋର୍ଟ ଅପରାହ୍ନରେ ରାୟ ଶୁଣାଇବେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *