ବ୍ରହ୍ମପୁର ବିଜେଡି ରେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କୁ କୋଣଠେଶI ,  ଚନ୍ଦ୍ରଶେଖର ମିଶିବା ପରେ ଅଲୋଡା ହେଇଗଲେ କି ମହାପାତ୍ରେ   !!!

ଚନ୍ଦ୍ରଶେଖର ସାହୁ ବିଜେଡିରେ  ମିଶିବା ପରେ  ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କ ପାଇଁ ଅସୁବିଧା ସୃଷ୍ଟି ହେଇପାରେ ବୋଲି ଚର୍ଚା ହେଉଥିଲା କେହି କେହି ତ ସିର୍ଦ୍ଧାନ୍ତ ବିଜେଡି ଛାଡି ଅନ୍ୟ ଦଳରେ ମିଶିବେ ବୋଲି ବି କହିବୁଲୁଥିଲେ I ତେବେ ସତକୁ ସତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ  ବିଜେଡିରେ ଯୋଗ  ଦେବାର ମାତ୍ର ଗୋଟିଏ ସପ୍ତାହ ନ ଯାଉଣୁ ସାଂସଦ ସିଦ୍ଧାନ୍ତ ମହାପାତ୍ରଙ୍କୁ ସତେ ଯେପରି ବିଜେଡି ପକ୍ଷରୁ କୋଣ ଠେଶା କରାଯାଇଛି , ଯାହା କି ଜଳ ଜଳ କରି ଦେଖାଯାଉଛି I 

 ମଙ୍ଗଳବାର ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ  ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଦେଖିବାକୁ ମିଳିନଥିଲା  କିମ୍ବା ତାଙ୍କର ଫଟୋ ମଧ୍ୟ    ବ୍ୟାନରରେ ଦେଖିବାକୁ ମିଳିନଥିଲା I ଲାଗୁଥିଲା ସତେଯେପରି  ବିଜେଡି ପାଇଁ  ଅଲୋଡା ହୋଇପଡିଛନ୍ତି  ସାଂସଦ ସିଦ୍ଧାନ୍ତ ମହାପାତ୍ର ।  ବ୍ୟାନର ରେ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ,ଗୋପାଳପୁର  ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଫଟୋ  ଥିବାବେଳେ ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କର  ଫଟୋ ନ ଥିଲା । 


ନୂଆ କରି ଦଳରେ ଯୋଗ ଦେଇଥିବା  ଚନ୍ଦ୍ରଶେଖର ସାହୁଙ୍କୁ  ଅତ୍ୟଧିକ  ପ୍ରଶଂସା ଏବଂ ସାଂସଦ ସିଦ୍ଧାନ୍ତ ମହାପାତ୍ର ଙ୍କୁ ବୟକଟ ବ୍ରହ୍ମପୁର ନିର୍ବାଚନ ପାଇଁ କିଛି ଅଲଗା ସମୀକରଣ ତିଆରିକରିବ ବୋଲି ରାଜନୈତିକ ମହଲରେ ଚର୍ଚା I  ଶୁଣାଯାଉଛି ବ୍ରହ୍ମପୁର ଅଞ୍ଚଳରେ   ସିଦ୍ଧାନ୍ତ ମହାପାତ୍ର ଙ୍କ ବିରୋଧ ରେ ଜନମତ ସୃଷ୍ଟି ହେବାରେ ଲାଗିଛି ଯାହାର ପରିଣାମ ସ୍ୱରୂପ ଚନ୍ଦ୍ରଶେଖର ଙ୍କୁ ଦଳରେ ମିଶାଯାଇଛି ତାଙ୍କ ବିକଳ୍ପ ଭାବେ I


 ଆଗାମୀ ଦିନରେ ସିଦ୍ଧାନ୍ତଙ୍କୁ  କୁଆଡେ ଟିକେଟ ମିଳିବ ନାହିଁ ବୋଲି କିଛି ରାଜନୈତିକ  ନେତା ମାନେ ଚର୍ଚ୍ଚା   ଚଳାଇଛନ୍ତି ଏବଂ ହୁଏତ  ଆଗାମୀ ଦିନରେ ଚନ୍ଦ୍ରଶେଖର ସାହୁ ଓ ସିଦ୍ଧାନ୍ତ ମହାପାତ୍ର   ଙ୍କୁ ନେଇ  ବିଜେଡି ରେ   ଏକ ବଡ ଧରଣର  ବିସ୍ପୋରଣ ଘଟିପାରେ ବୋଲି  ଆକଳନ କରାଯାଉଛି   I  ତେବେ ଏନେଇ ସାଂସଦ  ସିଦ୍ଧାନ୍ତ ମହାପାତ୍ର  କୌଣସି ମତାମତ ଦେଇନାହାନ୍ତି  I

Leave a Reply

Your email address will not be published. Required fields are marked *