ସ୍ୱାମୀ ସ୍ତ୍ରୀ ଙ୍କୁ ଏକାଠି କରାଇଲା ଫେସ୍‌ବୁକ

ସୋସିଆଲ ମିଡ଼ିଆ  ଫେସବୁକ ଏକାଠି କରେଇଛି  ଏକ ଦମ୍ପତି ଙ୍କୁ I ବମ୍ବେ ରୁ ଚାଲିଆସିଥିବା ମହିଳା ଙ୍କୁ ଓଡିଶା ରେ ଫେସବୁକ ସାହାଯ୍ୟରେ ଏକାଠି କରାଇଲେ   ଆଶ୍ରା କର୍ମକର୍ତ୍ତା I  ଘଟଣା ଟି ଏହିପରି  ରଞ୍ଜିତା ଦେବୀ(୩୦)  ଏବଂ ଅରବିନ୍ଦ କୁମାର  ଦୁହେଁ ଦୁହିଁକୁ ଭଲ ପାଇ  ପ୍ରେମ ବିବାହ କରିଥିଲେ।  ଅରବିନ୍ଦ ବମ୍ବେରେ ଏକ ବ୍ୟାଙ୍କ୍‌ରେ ଚାକିରି କରନ୍ତି , ତେଣୁ ଦୁହେଁ ବମ୍ବେ ରେ ଏକାଠି ରହୁଥିଲେ I କଥାରେ ଅଛି  ଘର 

 ସଂସାର କରିଥିଲେ ସ୍ୱାମୀ ସ୍ତ୍ରୀ ମଧ୍ୟରେ  ବେଳେ ବେଳେ ଝଗଡା ହୁଏ I ରଂଜିତା ଏବଂ ଅରବିନ୍ଦ ଙ୍କ ମଧ୍ୟରେ ମଧ୍ୟ ସେମିତି ବେଳେବେଳେ ଝଗଡା ହୁଏ ଏବଂ ପୁଣି ସମାଧାନ ହୁଏ I ହଠାତ 10 ତାରିଖ ରେ ସାମାନ୍ୟ ଝଗଡା କୁ ଆଳ କରି ଅଭିମାନ କରି ରଂଜିତା ଟ୍ରେନ ରେ ବସି ଭୁବନେଶ୍ୱର ପଳାଇଆସିଥିଲେ I ଚିନ୍ତାଗ୍ରସ୍ତ ହୋଇ ମାନସିକ ଭାରସାମ୍ୟ ହରାଇ ପାଗଳିନୀ ହେଇଗଲେ ରଂଜିତା ।  ତାରିଖ ସକାଳେ ରଞ୍ଜିତା ଭୁବନେଶ୍ୱର ଷ୍ଟେଶନ ୧ନଂ. ପ୍ଲାଟଫର୍ମରେ ବୁଲୁଥିଲେ। ସେତେବେଳକୁ ସେ ମାନସିକ ବିକାରଗ୍ରସ୍ତ ହୋଇପଡ଼ିଥିଲେ। I ଅନ୍ୟପଟେ  ସ୍ୱାମୀ  ଘରକୁ ଫେରିବା ପରେ ସ୍ତ୍ରୀଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିଥିଲେ। ବହୁ ଖୋଜାଖୋଜି  ପରେ ସ୍ତ୍ରୀ ଙ୍କୁ ନପାଇ ନିକଟସ୍ଥ ଥାନାରେ ଲିଖିତ  ଅଭିଯୋଗ କରିଥିଲେ।

 ଏପଟେ  ରଂଜିତା ପାଗଳିନୀ ପ୍ରାୟ ଷ୍ଟେସନ ରେ ବୁଲୁଥିବାର ଦେଖି ଆରପିଏଫ୍‌ କର୍ମଚାରୀଉଦ୍ଧାର କରି 

 ଆଶ୍ରୟ ସ୍ତଳୀ  ‘ମିଶନ୍‌ ଆଶ୍ରା’ରେ ଛାଡିଥିଲେ। ତେବେ ରଂଜିତା ତାଙ୍କ ପଛ କଥା ସମ୍ପୂର୍ଣ ଭୁଲିଯାଇଥିଲେ I  ଆଶା ତରଫରୁ  ରଂଜିତା ଙ୍କର ଚିକିତ୍ସା  କରାଗଲାପରେ  ୧୩ ତାରିଖ ଦିନ ସେ  ତାଙ୍କ ସ୍ବାମୀଙ୍କ ନାଁ  ଅରବିନ୍ଦ କୁମାର ସରୋଜ ଏବଂ ଘର ବମ୍ବେରେ ବୋଲି  ମନେ  ପକାଇକହିଥିଲେ ମଧ୍ୟ ସମ୍ପୂର୍ଣ ଠିକଣା କହିପାରିନଥିଲେ ।ତେବେ ଆଶା କର୍ମକର୍ତା ମାନେ ଫେସବୁକ ରେ  ଅରବିନ୍ଦ ନାମରେ ସର୍ଚ୍ଚ କରିଥିଲେ। କିନ୍ତୁ ଏହି ନାମରେ  ଏକାଧିକ ଆକାଉଣ୍ଟ ଥିବାରୁ ରଂଜିତା ଙ୍କ ସ୍ୱାମୀ ଙ୍କୁ ଚିହ୍ନଟ କରିବାରେ ସହଜ ହେଇପାରିନଥିଲା I କିନ୍ତୁ ଆଶା କର୍ମଚାରୀ ମାନେ ଗୋଟି ଗୋଟି କରି ସବୁ ଆକାଉଣ୍ଟ  ରୁ ରଞ୍ଜିତାଙ୍କୁ ଫଟୋ ଦେଖାଇବା ପରେ ହଠାତ ସ୍ବାମୀଙ୍କ ଫଟ ଦେଖି  ଚିହ୍ନି ପାରିଥିଲେ ରଂଜିତା I ଏନେଇ ଅରବିନ୍ଦ ଙ୍କୁ ଆଶା କର୍ମକର୍ତା ଖବର ଦେବାରୁ କାଳ ବିଳମ୍ବ ନକରି ଟ୍ରେନ ରେ ଛୁଟିଆସିଥିଲେ ଭୁବନେଶ୍ୱର କୁ ଅରବିନ୍ଦ । ସ୍ତ୍ରୀ କୁ ଦେଖି ଭୋ ଭୋ ହେଇ କାନ୍ଦିଥିଲେ ଅରବିନ୍ଦ , ସତେ ଯେପରି ଦୁନିଆର ସବୁଠାରୁ ମୂଲ୍ୟବାନ ଜିନିଷ କୁ ହଜାଇ ପୁଣି ଥରେ ଫେରିପାଇଛନ୍ତି ଅରବିନ୍ଦ I ରଂଜିତା ମଧ୍ୟ ସ୍ୱାମୀ ଙ୍କୁ କୁଣ୍ଢାଇ ବାହୁନି ବାହୁନି କାନ୍ଦୁଥାନ୍ତି I ପରେ ଅରବିନ୍ଦ ସ୍ତ୍ରୀଙ୍କୁ ନେଇ ବମ୍ବେ ଫେରିଥିଲେ। ଆଉ ଗଲା ବେଳେ ସମସ୍ତେ କଥା ହେଉଥାନ୍ତି ଯାହାହେଉ ଫେସବୁକ ଯୋଗୁ ଦୁଇଟି ପ୍ରେମ ପଖି ଏକାଠି ହେଇପାରିଲେ I

Leave a Reply

Your email address will not be published. Required fields are marked *