5 ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ି ଗିରଫ ହେଲେ ସେସୁ ଜେଇ

ଲାଞ୍ଚ ନେଇ  ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି  ଆୱାର ସେସୁ  ( ସେସୁ ଦ୍ୱାରା ନିୟୋଜିତ ଫ୍ରାଞ୍ଚାଇଜ RUPL )   ର  ଜଣେ ଜେଇ I  ଖବର ରୁ ଜଣାପଡିଛି   ତାଙ୍କ ନାମ ବାସୁଦେବ ମହାରଣା  ଏବଂ ସେ  କନିଷ୍ଠ ଯନ୍ତ୍ରୀ  ଭାବେ  ନିମାପଡ଼ା ସେସୁ ଉପଖଣ୍ଡ ବାମନାଳ ସେକ୍ସନ(୨) ରେ  କାର୍ଯ୍ୟ କରନ୍ତି  । ଗୋପ ଥାନା ଅନ୍ତର୍ଗତ ନୟଡାଶାସନ ଗ୍ରାମର ଭରତ ସ୍ବାଇଁଙ୍କ ବିଲରେ ପାଣି ମଡାଇବା ନିମନ୍ତେ ବିଦ୍ୟୁତ୍‌ ସଂଯୋଗ  ପାଇଁ   ଜେଇ ମହାଶୟ ଙ୍କୁ ବାରମ୍ବାର ଜଣାଇଥିଲେ ମଧ୍ୟ   ଯନ୍ତ୍ରୀ ମହୋଦୟ କାମ ନକରି   ଭରତ ସ୍ବାଇଁ ଙ୍କୁ  5000 ଲାଞ୍ଚ ମାଗିଥିଲେ I 


I ଲାଞ୍ଚ ଦେବା ଏକ ଅପରାଧ ହେଇଥିବାରୁ ଭରତ ସ୍ବାଇଁ ଭିଜିଲାନ୍ସ ଅଧିକାରୀ ଙ୍କୁ ଏନେଇ ଜଣାଇଥିଲେ I ଆଜି  ଭରତ ସ୍ବାଇଁ ଙ୍କ ଠାରୁ ଜେଇ ମହୋଦୟ    5ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ  ଭିଜିଲାନ୍ସ ଅଧିକାରୀ  ଙ୍କ ଦ୍ୱାରା ଧରାପଡ଼ି ଗିରଫ ହେଇଛନ୍ତି  I  ଭିଜିଲାନ୍ସ ବିଭାଗ ତରଫରୁ  ଡିଏସ୍‌ପି ଅକ୍ଷୟ ମିଶ୍ର, ଇନ୍ସପେକ୍ଟର ସୁଶିଲ ଏକା, ଜେତ୍ସ୍ନା ବେହେରା ପ୍ରମୁଖ ଏହି ଟ୍ରାପ ରେ ସାମିଲ ହେଇ ଜେଇ ଙ୍କୁ ଅଫିସ ରୁ ଗିରଫ କରିବା ସହିତ  ତାଙ୍କଠାରୁ  ଲାଞ୍ଚ ନେଇଥିବା ୫ ହଜାର  ଟଙ୍କା ଜବତ  କରାଯାଇଛି ।

Leave a Reply

Your email address will not be published. Required fields are marked *