ନାରୀ କୁ ବୁଝିବା କଣ ପାଇଁ ଅସମ୍ଭବ ଜାଣନ୍ତୁ

ଏହି କଥା ତ ଆପଣ ନିଶ୍ଚୟ ଶୁଣିଥିବେ

ନାରୀ ମାୟା ନାରାୟଣ ଙ୍କୁ ମଧ୍ୟ ଅଗୋଚର

ଅର୍ଥାତ୍ ସ୍ତ୍ରୀ ମାନଙ୍କୁ ତିଆରି କରିଥିବା ଭଗବାନ ବି ତାଙ୍କୁ ବୁଝି ପାରନ୍ତି ନାହିଁ।ତେବେ ନାରୀ ମାନଙ୍କର ଏହି ମାୟାବୀ ହେବା ଅର୍ଥାତ୍ ତାଙ୍କୁ ନା ବୁଝି ପାରିବା ପଛରେ ରହିଛି କିଛି ପୌରାଣିକ କାରଣ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ

କୁହା ଯାଏ ଯେ ଯେତେବେଳେ ଭଗବାନ ସ୍ତ୍ରୀ କୁ ତିଆରି କରୁଥିଲେ ସେବେ ୭ ଦିନ ବିତିଯାଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ହୋଇନଥିଲା ତେଣୁ ଦେବ ଦୂତ ମାନେ ଆସି ଭଗବାନ ଙ୍କୁ ପ୍ରଶ୍ନ କଲେ କି ହେ ପ୍ରଭୁ ଆପଣ ସୃଷ୍ଟି କୁ ଗୋଟିଏ ମୁହୂର୍ତ୍ତ ରେ ତିଆରି କଲେ ହେଲେ ସ୍ତ୍ରୀ ପାଇଁ ୭ ଦିନ କଣ ପାଇଁ ଲାଗିଲାଣି

ତେବେ ଭଗବାନ ବହୁତ୍ ସୁନ୍ଦର ଭାବେ ଏହାର ଉତ୍ତର ଦେଲେ କି

ଏହା ଏକ ଏପରି ସୃଷ୍ଟି ଯାହାକୁ କୌଣସି ପରିସ୍ଥିତି ରେ ହାର ମାନିବ ନାହି।ପରିସ୍ଥିତି ଯେପରି ବି ହେଉ ନା କାହିଁକି ଏମାନେ ସବୁ କିଛି କୁ ଚଳେଇ ଦେଇ ପାରିବେ। ସ୍ଥିତି ଯେତେ ବି ଭୟଙ୍କର ହେଉ ନା କାହିଁ ଏମାନେ ହସି ହସି ସାମ୍ନା କରିବେ ଓ ସମସ୍ତଙ୍କୁ ଖୁସି ରେ ରଖିବେ। ଏହି ସୃଷ୍ଟି ପାଖରେ ରୋଗଶକ୍ତ ଥାଇ ମଧ୍ୟ ୧୮ ଘଣ୍ଟା କାମ କରିବାର ଧର୍ଯ୍ୟ ରହିବ, ଯିଏ କି ନେବ ତାର ସନ୍ତାନ ଓ ପରିବାର ର ଯତ୍ନ

ଆଉ ମଧ୍ୟ ଭଗବାନ କହିଲେ କି ମୁଁ ଏହାକୁ ଏତେ ପ୍ରେମ ଦେଇଛି ଯେ ଯଦି ଦୁନିଆ ଗୋଟେ ପଟେ ହେଇଯିବ ଆଉ ନାରୀ ର ପ୍ରେମ ଗୋଟେ ପଟେ ତେବେ ନାରୀ ର ପ୍ରେମ ହିଁ ଜିତିବ।

ଏହା ପରେ ଦେବ ଦୂତ ମାନେ ଯେତେବେଳେ ଏହି ସୃଷ୍ଟି ଅର୍ଥାତ୍ ନାରୀ ର ଗାଲ ରେ ଛୁଇଁ ଲେ ସେବେ କହିଲେ କି ହେ ଭଗବାନ ଏ ତ ଏତେ କୋମଳ,ଏ ସବୁ କିଛି ଇ ଏ କେମିତି ସହି ପାରିବ।

ତେବେ ଭଗବାନ ହସିକି କହିଲେ ଯେ, ସୁନ୍ଦର ଓ ଆଚରଣ ରେ ଏ ବହୁତ୍ କୋମଳ ଅଟେ କିନ୍ତୁ ଭିତରୁ ତା ଠୁ ମଧ୍ୟ ଅଧିକ ଶକ୍ତିଶାଳୀ ଅଟେ। ଏବଂ ଏମାନଙ୍କୁ ବୁଝିବା ମଧ୍ୟ ଅନୁରୂପ କଷ୍ଟ ସାଧ୍ୟ।

Leave a Reply

Your email address will not be published. Required fields are marked *