ମନ୍ଦିର ପ୍ରବେଶ ପୂର୍ବ ରୁ ଘଣ୍ଟି ବଜାଯାଏ କାହିଁକି ?

ମନ୍ଦିର ବା ଦେବାଳୟ ରେ ପ୍ରବେଶ କରିବା ବେଳେ ଦ୍ୱାର ନିକଟରେ ଆପଣ ଘଣ୍ଟି ବନ୍ଧାଯାଇଥିବା ର ଦେଖିଥିବେ I ଭଗବାନ ଙ୍କୁ ଦର୍ଶନ କରିବା ପୂର୍ବରୁ ପ୍ରଥମେ ଘଣ୍ଟି ବଜା ଯାଇଥାଏ I ତେବେ ବେଳେବେଳେ ମନରେ ପ୍ରଶ୍ନ ଉଠେ ମନ୍ଦିରରେ ଘଣ୍ଟି ବନ୍ଧାଯିବାର କାରଣ କଣ ?
ମନରେ ଏକାଗ୍ରତା ସହିତ ଦେବଦେବୀ ଙ୍କ ଦର୍ଶନ କଲେ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ୱାସ କରାଯାଏ I କିନ୍ତୁ ମନୁଷ୍ୟ ର ମନ ତ ସବୁବେଳେ ଚଳ ଚଞ୍ଚଳ , ଏକାଗ୍ରତା ଆସିବ କିପରି ?
ଘଣ୍ଟି ହେଉଛି ମଙ୍ଗଳ ଧ୍ୱନି ର ପ୍ରତୀକ I ଦେବା ଦେବୀ ଙ୍କ ଦର୍ଶନ ପୂର୍ବରୁ ପ୍ରଥମେ ଘଣ୍ଟି ଶବ୍ଧ ଦ୍ୱରା ମନ ଭକ୍ତି ଭାବରେ ପୂର୍ଣ୍ଣ ହେଇଥାଏ I ଏହା ର ଶବ୍ଧ ଦ୍ୱାରା ଅନ୍ୟ ସମସ୍ତ ଦିଗରୁ ନଜର ହଟିଯାଇ ମନ ଭିତରେ କେବଳ ଆଧ୍ୟାତ୍ମିକ ଭାବନା ଜାଗ୍ରତ ହେଇଥାଏ I

Leave a Reply

Your email address will not be published. Required fields are marked *