ଶତୃ ଶିବିରରେ ଏବେ ଦୁଇ ସିହ୍ନା

ଭୁବନେଶ୍ୱର(ଦେବଦତ୍ତ ରଥ):
ବିଜେପିର ଅସନ୍ତୁଷ୍ଟ ନେତା ଶତୃଘ୍ନ ସିହ୍ନା ଏବଂ ଯସବନ୍ତ ସିହ୍ନା ଏବେ ଯାଇ ବିଜେପିର ଶତୃ ଶିବିରରେ।ଉଭୟ ନେତା ଶତୃଘ୍ନ ଏବଂ ଯସବନ୍ତ ଡିଏମକେ ନେତା ଏମ. କରୁଣାନିଧୀ ଏବଂ ତାଙ୍କ ପୁଅ ତଥା ଦଳର ଉପମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଯାଇ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି।କଂଗ୍ରେସ ସହିତ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖି ବିଜେପିକୁ ତାମିଲନାଡୁ ରାଜନୀତିରୁ ଦୂରେଇ ରଖିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଷ୍ଟାଲିନ କହିଛନ୍ତି।ଏହି ସାକ୍ଷାତ ପରେ ତାମିଲନାଡୁ ରାଜନୀତିକୁ ନେଇ ବିଭିର୍ଣ୍ଣ କଳ୍ପନା ଜଳ୍ପନା ପ୍ରକାଶ ପାଉଛି।ସୂଚନା ଯୋଗ୍ୟ ଯେ ଉଭୟ ଶତୃଘ୍ନ ଏବଂ ଯସବନ୍ତ କିଛି ଦିନ ହେଲା ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ।

Leave a Reply

Your email address will not be published. Required fields are marked *