ନୂଆ ଯାତ୍ରା ପାର୍ଟି ଗଢିଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା

ଘର ପରିବାର ସବୁ ଭୁଲି ମୁଁହରେ ରଙ୍ଗ ବୋଳି ରାତି ଅନିଦ୍ରା ରହି ମଞ୍ଚ ରେ ଦର୍ଶକ ର ତାଳି ମାଡ ଶୁଣିଦେଲେ ସବୁ ବେଦନା ଦୂର ହେଇଯାଏ I ବର୍ତମାନ ଯାତ୍ରା କୁ ନେଇ ବହୁ ଦ୍ଵିଧା ଲାଗିରହିଛି I କିଛିଦିନ ତଳେ ଯାତ୍ରା କୁ ନେଇ ସମ୍ପୂର୍ଣ୍ଣ ବନ୍ଦ କରିଦେବାକୁ ଧମକ ଦେଇଥିଲେ ଯାତ୍ରା ମାଲିକ ମାନେ I ଯାତ୍ରା ରେ କୁଆଡେ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଉଛି ,

ହେବନି ବି କେମିତି ଆଂଜ୍ଞା ବାହାରୁ ନାମୀ ଦାମୀ କଳାକାର ଙ୍କୁ ଲକ୍ଷାଧିକ ଟଙ୍କା ଦେଇ ଓଡିଶା ଯାତ୍ରା ରେ ଥେଇ ଥେଇ କରି ନଚେଇଲେ , ଏତେ ଟଙ୍କା ଭରଣା କରିବ କିଏ ? ତେବେ ଏସବୁ ମନମାନୀ ଭିତରେ କଳାକାର ମାନଙ୍କ ସ୍ୱାଭିମାନ ପାଇଁ ଅଣ୍ଟା ଭିଡି ଆଗକୁ ବାହାରିଛନ୍ତି ଯାତ୍ରା ଜଗତର ଟାଇଗର ଦୈତାରୀ ପଣ୍ଡା I

ନୂଆ କରି ଏକ ଯାତ୍ରା ପାର୍ଟି ଗଢ଼ିଛନ୍ତି I ଯାହାର ନା ରହିଛି ଆଦର୍ଶ ଅପେରା I ଦୈତାରୀ ଙ୍କ ସହିତ ଯାତ୍ରା ଜଗତ ବହୁ ନାମୀ ଦାମୀ କଳାକାର ଯୋଗ ଦେବାକୁ ଯାଉଛନ୍ତି I ଏନେଇ ଦୈତାରୀ କହିଛନ୍ତି ଏବେ ଆଉ ଭଲ ନାଟକ ହେଉନି , ଓଡ଼ିଶାର ଆଦର୍ଶ ନାଟକ କୁ ପୁଣି ଥରେ ଲୋକ ଲୋଚନ କୁ ଆଣିବାକୁ ଏ ପ୍ରୟାସ I

One Comment on “ନୂଆ ଯାତ୍ରା ପାର୍ଟି ଗଢିଲେ ଯାତ୍ରା ଟାଇଗର ଦୈତାରୀ ପଣ୍ଡା”

Leave a Reply

Your email address will not be published. Required fields are marked *