ଥାନା IIC ସ୍ୱାଇଁ ବାବୁ ଙ୍କ ପାୱାର : ଥାନା ଭିତରେ ଜଣେ 75 ବର୍ଷୀୟା ଅସହାୟା ବୃଦ୍ଧାକୁ ବାଡେଇ ବାଡେଇ ଗୁରୁତର ଆହତ କରିଦେଲେ

ଗତ 7 ତାରିଖରେ ରିତା ବାରିକ ନାମକ ଜଣେ ମହିଳା ତାଙ୍କ ସ୍ୱାମୀ ଏବଂ ଶଶୁର ଙ୍କ ନାମରେ ଯୌତୁକ ମାମଲା ଦାୟର କରିଥିଲା ଏ ଘଟଣାରେ ନିମାପଡା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ମହିଳା ଙ୍କ ଶାଶୁ ବାସନ୍ତୀ ପାଲଟ ଙ୍କୁ ଘରୁ ଉଠାଇଆଣି ବହୁତ ମାଡ ମାରିଥିଲେ I 74 ବର୍ଷୀୟା ବୃଦ୍ଧା ଯନ୍ତ୍ରଣା ରେ ଯେତେ ଛାଟିପିଟି ହେଲେ ମଧ୍ୟ ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଛାଡ଼ିନଥିଲେ I ଘଟଣାରେ ବୃଦ୍ଧାଙ୍କର ପିଚା ସିଝି କଇଁଥା ପଡିଯାଇଛି , ବୃଦ୍ଧା ଜଣକ ଚାଲିପାରୁନାହାନ୍ତି I ଏନେଇ ବୃଦ୍ଧା ଜଣକ ପୁରୀ ଏସପି ଙ୍କୁ ଲିଖିତ ଭାବରେ ଅଭିଯୋଗ ଜଣାଇ ନ୍ୟାୟ ମାଗିଛନ୍ତି I

ତେବେ ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଙ୍କର ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ଜଣେ ଭଦ୍ରବ୍ୟକ୍ତି ଘର ଭଡା ଦେବାକୁ ମନା କରିବାରୁ ତାଙ୍କ ଘରେ ଜୋର ପଶି ଭଙ୍ଗାରୁଜା କରିଥିଲେ । ହରିହର କମ୍ପ୍ଲେକ୍ସ ଆପାର୍ଟମେଣ୍ଟ ର ମାଲିକ ନିତ୍ୟକିଶୋର ଦାସ ଙ୍କୁ ଘର ଭଡା ପାଇଁ ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ଫୋନ କରିଥିଲେ କିନ୍ତୁ ପୋଲିସ ବାବୁ ଙ୍କୁ ଘର ଦେବା ପାଇଁ ଘର ମାଲିକ ମନା କରିଦେଇଥିଲେ ଯାହାଫଳରେ ମୁଣ୍ଡକୁ ପିତ୍ତ ଉଠିଯାଇଥିଲା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁଙ୍କର I ଫୋନ ରେ ଘର ମାଲିକ ଙ୍କୁ କହିଥିଲେ ଯଦି ତମେ ଘର ଭଡା ନଦେବ ଆମେ ଭାଂଗିକି ରହିବୁ ତମେ କଣ କରିବ ଦେଖିବା ? ଆଉ ଦେଖାଇଥିଲେ ପୋଲିସ ପାୱାର , ଖୋଦ ଥାନା ଅଧିକାରୀ ଆପାର୍ଟମେଣ୍ଟ ଦେଖି ଯିବା ପରେ ତିନି ଚାରିଜଣ ଯୁବକ ଆପାର୍ଟମେଣ୍ଟ କୁ ଆସି ଥାନା ବାବୁ ଦେଖିଥିବା ଫ୍ଲାଟ ବଦଳରେ ଭୁଲରେ ପାଖରେ ରହୁଥିବା ସୁଶାନ୍ତ ପଣ୍ଡା ଙ୍କ ଫ୍ଲାଟ ର ଚାବି ଭାଙ୍ଗି ଅନ୍ୟ ଏକ ଚାବି ପକାଇଦେଲେ ଏନେଇ ସ୍ଥାନୀୟ ଥାନାରେ ସୁଶାନ୍ତ ଏତଲା ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା I

Leave a Reply

Your email address will not be published. Required fields are marked *