କାଳିଆର ସ୍ୱର୍ଗଦ୍ୱାର ରେ ପଞ୍ଚଭୂତ ରେ ଲୀନ ହେଲେ ଓଡ଼ିଆ ଫିଲ୍ମ ଜଗତର ମହାନାୟିକା ଅନିତା ଦାସ

ପୁରୀ ସ୍ବର୍ଗଦ୍ବାରରେ ଅଭିନେତ୍ରୀ ଅନୀତା ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ, ଅନୀତାଙ୍କୁ ମୁଖାଗ୍ନୀ ଦେଲେ ପୁତୁରା ଅଂଶୁମାନ ଦାସ, ଶେଷକୃତ୍ୟରେ ବିଧାୟକ ଆକାଶ ଦାସ ନାୟକ ଉପସ୍ଥିତ lପଞ୍ଚଭୂତ ରେ ଲୀନ ହେଲେ ଓଡ଼ିଆ ଫିଲ୍ମ ଜଗତର ମହାନାୟିକା ଅନିତା ଦାସ I ପୁରୀ ସ୍ୱର୍ଗଦ୍ୱାର ରେ ତାଙ୍କ ଶେଷକୃତ୍ୟ କରାଯାଇଛି I ଦିନେ ସେ କାଳିଆର ମା ଭୂମିକାରେ ଅଭିନୟ କରୁଥିଲେ , କାଳିଆକୁ ନିଦରେ ଶୁଆଇଦେଉଥିଲେ ଆଜି କିନ୍ତୁ ସେହି କାଳିଆର ସ୍ୱର୍ଗଦ୍ୱାର ରେ ଶେଷ ଜୁଇ ଜଳିଛି ଅନୀତାଙ୍କର I ଆଜି କିନ୍ତୁ ଆଉ ଦେଖିବାକୁ ମିଳିବନି ତାଙ୍କ ବରିଷ୍ଠ ଅଭିନୟ , ସବୁଦିନ ପାଇଁ ଦୁନିଆ ଛାଡି ଚାଲିଯାଇଛନ୍ତି ଅନିତା ଦାସ I

ଗତକାଲି କଟକଠାରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହେଇଥିଲା I ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ହୋଇଥିଲା।
ଅଭିନୟ ଜଗତରେ ସେ ସୃଷ୍ଟି କରିଥିଲେ ଏକ ନିଆରା ପରିଚୟ, ପାଖାପାଖି ୧୦୦ରୁ ଉର୍ଧ ସିନେମାରେ ସେ ଛାଡିଛନ୍ତି ତାଙ୍କର ବଳିଷ୍ଠ ଛାପ I ଏଇଥିପାଇଁ ଅନେକ ପୁରସ୍କାର ଏବଂ ସମ୍ମାନ ର ସହିତ ମାନପତ୍ର ବି ପାଇଥିଲେ I ଏହି ମହାନାୟିକା ଙ୍କ ଅକାଳ ବିୟୋଗରେ ଓଡିଶା ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ପ୍ରଥମ ଚଳଚିତ୍ର ଥିଲା ଯାଯାବର I ତେବେ କି ହେବ ଶୁଆ ପୋଷିଲେ ଚଳଚିତ୍ରରେ ତାଙ୍କ ନିଖୁଣ ଅଭିନୟ ଆଜିବି ଆଖିରୁ ଲୁହ ଝରାଇଦିଏ I ଭଗବାନ ତାଙ୍କ ଅମର ଆତ୍ମା ର ସଦଗତି କରାନ୍ତୁ I

Leave a Reply

Your email address will not be published. Required fields are marked *