ଶ୍ରୀ ମନ୍ଦିର ରେ ରାଜ୍ୟ ବାହାରୁ ଆସିଥିବା ଭକ୍ତ ଙ୍କୁ ନିସ୍ତୁକ ପିଟିଲେ ସେବାୟତ:ବେକରୁ ସୁନା ଚେନ ଓ ଲକେଟ୍ ଛଡ଼ାଇ ରଖିଲେ

ବଡ ଠାକୁର ଙ୍କୁ ଉପାସ ରଖିବାର ବିବାଦ ମନରୁ ନ ଲିଭୂନୁ ପୁଣି ଦେଖିବାକୁ ମିଳିଛି ସେବାୟତ ଙ୍କ ଉଦ୍ଧତ୍ୟା ର ଏକ ଜ୍ୱଳନ୍ତ ଉଦାହରଣ।

ମହା ପ୍ରଭୁ ଙ୍କୁ ଦର୍ଶନ କରିବାକୁ ରାଜ୍ୟ ବାହାରୁ ଆସିଥିବା ଜଣେ ଭକ୍ତ ଙ୍କ ନିର୍ଘାତ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି।ଏହା ସହ ଭକ୍ତ ଙ୍କ ଠାରୁ ସୁନା ଚୈନ୍ ଓ ଲକେଟ୍ ମଧ୍ୟ ଛଡ଼ାଇ ରଖିଛନ୍ତି ସେବାୟତ।

ତେବେ ଏହି ମାଡ଼ ଖାଇଥିବ bhakta ଜଣଙ୍କ ହେଉଛନ୍ତି ଚେତନ ଗଣପତ୍ ଜି ଅମଲୋକର୍। ଯିଏ କି ସୁଦୂର ମହାରାଷ୍ଟ୍ର ରୁ ଆସିଥିଲେ ଜଗନ୍ନାଥ ଙ୍କୁ ଦର୍ଶନ କରିବାକୁ।

ଅନ୍ୟ ପକ୍ଷରେ ନିଜର ଦୋଷ ଲୁଚାଇବାକୁ ଯାଇ ସେବାୟତ ଜଣକ ଥାନା ରେ ପାଲଟା ଅଭିଯୋଗ କରିଛନ୍ତି ଯେ ଭକ୍ତ ଜଣକ ପିଣ୍ଡିକ ଗରା ରୁ ଟଙ୍କା ଚୋରାଉଥିଲେ ଆଉ ସେଥି ପାଇଁ ସେ ତାଙ୍କୁ ମାରିଛନ୍ତି।

କିନ୍ତୁ ଜଣ ପଡ଼ୁଚି ଜେ ଘଟଣା ଟି ଅପରୀ ଥିଲା କି ସେବାୟତ ଜଣକ ଭକ୍ତ ଙ୍କୁ ଟଙ୍କା ପିନ୍ଦୀକ ରେ ନ ପକାଇ ଟଙ୍କା ଥାଳି ରେ ପକାଇବାକୁ ବାଧ୍ୟ କରିଥିଲେ ଓ ଏହାକୁ ନେଇ ସେବାୟତ ଓ ସେହି ଭକ୍ତ ଙ୍କ ମଧ୍ୟ ରେ ଗଣ୍ଡଗୋଳ ହୋଇଥିଲା ଓ ସେବାୟତ ଚେନ ଛଡାଇବା ସହ ମାଡ଼ ମାରିଥିଲେ।

Leave a Reply

Your email address will not be published. Required fields are marked *