ସୁସ୍ଥ ହେଲେ କମେଡି କିଙ୍ଗ୍ ପପୁ ପମପମ : ଖୁବ ଶୀଘ୍ର ଓଡିଶା ଫେରିବେ

ଧୀରେ ଧୀରେ କମେଡି କିଙ୍ଗ ପପୁ ସୁସ୍ଥ ହେଉଛନ୍ତି I ଆଜି ସୁସ୍ଥ ଅନୁଭବ କରିବା ପରେ ପ୍ରଥମ ଥର ପାଇଁ ମିଡ଼ିଆ ଆଗରେ ପ୍ରତିକ୍ରିୟା ରଖିଛନ୍ତି I କିଛି ଦିନ ବିଶ୍ରାମ ପାଇଁ ହସ୍ପିଟାଲ ରେ ରହିବାକୁ ପଡିବ କିନ୍ତୁ ଖୁବ ଶୀଘ୍ର ଓଡିଶା ଫେରି ଆସିବେ ବୋଲି କହିଛନ୍ତି I ଓଡ଼ିଶାର ଅଗଣିତ ଦର୍ଶକ ଯେଉଁ ମାନେ ତାଙ୍କୁ ହୃଦୟରୁ ଭଲ ପାଆନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ପପୁ ,ତାଙ୍କ ଖରାପ ସମୟରେ ତାଙ୍କ ପାଇଁ ଭଗବାନ ଙ୍କୁ ପ୍ରାଥନା କରିଥିବା ହେତୁ I

ରଜ ରେ ତାଙ୍କର ଦୁଇଟି ଫିଲ୍ମ ଆସିବାର ଅଛି , ଶରୀର ଅସୁସ୍ଥ ଥିଲେ ମଧ୍ୟ ଖୁବ ଜଲ୍ଦି ଦୁଇଟି ସିନେମା ର ସୁଟିଂ ଶେଷ କରି ରଜରେ ଦର୍ଶକ ମାନଙ୍କୁ ହସେଇବା କୁ ଚେଷ୍ଟା କରିବେ I ତାହା ଛଡା ତାଙ୍କ ପାଇଁ ପ୍ରଯୋଜକ ମାନଙ୍କର କ୍ଷତି ହେଉ ସେ କେଭେଁବି ଚାହିଁବେ ନାହିଁ I ସତରେ ଓଡିଶା ମାଟିରେ ଏମିତି ଏକ କଳାକାର ଜନ୍ମ ନେଇଛନ୍ତି , ଓଡିଶା ପାଇଁ ଗର୍ବ ର କଥା ଯିଏକି ନିଜେ ହସ୍ପିଟାଲ ରେ ଚିକିସ୍ତିତ ହେଇ କଷ୍ଟରେ ଥିଲେ ମଧ୍ୟ ଦର୍ଶକ ମାନଙ୍କୁ ହସାଇବାକୁ ବ୍ୟାକୁଳ I ବୋଧହୁଏ ଏଇଥିପାଇଁ ସେ ସମସ୍ତଙ୍କ ହୃଦୟରେ ଅଛନ୍ତି I

ସୂଚନା ଥାଉ କି ପାନକ୍ରିଆସ ଇନଫେକସନ୍ ରେ ଗୁରୁତର ଭାବେ ଅସୁସ୍ଥ ହେଇ ଭୁବନେଶ୍ୱର ର ଏକ ଘରୋଇ ହସପିଟାଲର ଆଇସିୟୁରେ ଭର୍ତି ହୋଇଥିଲେ ହାସ୍ୟ ଅଭିନେତା ପପୁ ପମପମ୍ ।
ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ରେ ଉର୍ନ୍ନତି ନହେବାରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ AIMS ନିଆଯାଇଥିଲା I

Leave a Reply

Your email address will not be published. Required fields are marked *