ବାପା ନବୀନ ବାବୁଙ୍କ ସରଣରେ, ଝିଅ କିନ୍ତୁ ରାଗିକି ବର୍ଷିଲେ ବିଜେଡି ସୁପ୍ରିମ ଙ୍କ ଉପରେ

ଓଡ଼ିଶାର ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫା ର ପ୍ରତିଷ୍ଠାତା ବଂଶୀଧର ପଣ୍ଡା ଙ୍କ ପରଲୋକରେ ବିଜେଡି ସୁପ୍ରିମ ନବୀନ ପଟ୍ଟନାୟକ ଶେଷ କୃତ୍ୟ ରେ ଯୋଗ ନଦେବା ନେଇ ସୌମ୍ୟ ପଟ୍ଟନାୟକ ଙ୍କ ଝିଅ ତନୟା ପଟନାୟକ ଖୁବ ବର୍ଷିଛନ୍ତି ନବୀନ ପଟ୍ଟନାୟକ ଙ୍କ ଉପରେ I ଓଡ଼ିଶାର ଶିଳ୍ପ ଜଗତର ମୂଳଦୁଆ ପକାଇଥିବା ବଂଶୀଧର ପଣ୍ଡା ଙ୍କୁ ମୁଖ୍ୟମନ୍ତ୍ରୀ ଶେଷ ସନମାନ ନଦେବା ଅତି ଲଜ୍ୟାଜନକ ଘଟଣା ବୋଲି ଟ୍ୱିଟ କରିଛନ୍ତି I

ତନୟା ଙ୍କ ବାପା ସୌମ୍ୟ ବାବୁ ବିଜେଡି ର ସୁପ୍ରିମ ଙ୍କ ପାଖରେ ଶରଣ ପଶିଥିବା ବେଳେ ଝିଅଙ୍କ ଏ ବିସ୍ପୋରକ ବୟାନ ରାଜନୈତିକ ମହଲ ରେ ଝଡ ସୃଷ୍ଟି କରିଛି I ସୂଚନା ଥାଉ କି ବଂଶୀଧର ପଣ୍ଡା ଏବଂ ନବୀନ ପଟନାୟକ ଙ୍କ ବାପା ବିଜୁ ପଟନାୟକ ଙ୍କ ଭିତରେ ଅତି ନିବିଡ ସମ୍ପର୍କ ଥିଲା I ବଂଶୀଧର ପଣ୍ଡା ନାସାରେ ବୈଜ୍ଞାନିକ ଥିବାବେଳେ ବିଜୁ ବାବୁ ତାଙ୍କୁ ବିଶିଷ୍ଟ ଆମନ୍ତ୍ରଣ କରି ଓଡ଼ିଶାରେ ଶିଳ୍ପର ମୂଳଦୁଆ ପକାଇଥିଲେ I କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଏବଂ ନବୀନ ପଟ୍ଟନାୟକ ଙ୍କ ଭିତରେ କିଛିଦିନ ଧରି ତୁ ତୁ ମେଁ ମେଁ ହେବାପରେ ବୈଜୟନ୍ତ ଙ୍କୁ ଦଳବିରୋଧୀ ଦର୍ଶାଇ ବିଜେଡି ରୁ ସୁପ୍ରିମ ନବୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ Iତେଣୁ ବୈଜୟନ୍ତ ଙ୍କ ବାପା ବଂଶୀଧର ଙ୍କ ପରଲୋକରେ ନବୀନ ପଟ୍ଟନାୟକ ଶେଷ ଦର୍ଶନ ପାଇଁ ଯାଇନଥିଲେ I I

Leave a Reply

Your email address will not be published. Required fields are marked *