କଣ ଆପଣ ଗୁପ୍ତରେ ଏହି କାମ କରୁଛନ୍ତି କି ହେଇଯାଆନ୍ତୁ ସତର୍କ ନଚେତ ଆପଣଙ୍କ ବୈବାହିକ ଜୀବନ ହେଇଯାଇପାରେ ନଷ୍ଟ

ସାଧାରଣତଃ ଆମ ଭାରତୀୟ ସଂସ୍କୃତି ଅନୁଯାଇ ଯୁବପିଢ଼ି ସମ୍ଭୋଗ ବା ଶାରୀରିକ ସମ୍ପର୍କ ବିଷୟରେ ଅନ୍ୟ ଆଗରେ ଖୋଲାଖୋଲି କଥା ହେଇପାରିନଥାନ୍ତି I ଏହାକୁ ପ୍ରକାଶ କରିବାରେ ଲଜ୍ୟା ଅନୁଭବ କରିଥାନ୍ତି I ଏନେଇ ଅନ୍ୟ ଠାରୁ ଉଚିତ ପରାମର୍ଶ ମଧ୍ୟ ପାଇନଥାନ୍ତି I ଯାହାଫଳରେ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ଅଧିକାଂଶ ଯୁବ ଗୋଷ୍ଠୀ ହସ୍ତମୈଥୁନ ପରି ଏକ ଖରାପ ଅଭ୍ୟାସ କୁ ଆପଣାଇ ଥାନ୍ତି I କୁହାଯାଏ ସବୁ ଜିନିଷ ସୀମା ଭିତରେ ରହିଲେ ଭଲ କିନ୍ତୁ ସୀମା ଡ଼େଇଁଗଲେ ଖରାପ , ସେହିପରି ହସ୍ତମୈଥୁନ କରିବା ଦ୍ୱାରା ଶରୀର ପାଇଁ ଯଦିଓ ଖରାପ ନୁହେଁ କିନ୍ତୁ ଏହାକୁ ଅତ୍ୟଧିକ କରିବା ଦ୍ୱାରା ଶରୀର କୁ କ୍ଷତି ପହଁଞ୍ଚାଇଥାଏ I

କାହିଁକି ବ୍ୟକ୍ତି ହସ୍ତମୈଥୁନ ର ଶିକାର ହେଇଥାଏ :

ସାଧାରଣତଃ ବ୍ୟକ୍ତି ଏକଲା ରହୁଥିଲେ କିମ୍ବା ନିସଙ୍ଗ ଅନୁଭବ କରୁଥିଲେ ମାନସିକ ଶାନ୍ତି ପାଇଁ ହସ୍ତମୈଥୁନ କରିଥାନ୍ତି I

ଅତ୍ୟଧିକ ଅଶ୍ଳୀଳ ବା ନଗ୍ନ ଫିଲ୍ମ ଦେଖିବା ,ମଦ୍ୟପାନ ବା ନିଶା ସେବନ କରିବା ଦ୍ୱାରା ବ୍ୟକ୍ତି ଏହି ଖରାପ ଅଭ୍ୟାସ ର ବଶବର୍ତ୍ତୀ ହେଇଥାଏ I

ହସ୍ତମୈଥୁନ ର ଉପକାର :

ହସ୍ତମୈଥୁନ ଦ୍ୱାରା ମାନସିକ ଶାନ୍ତି ତଥା ମନ ପ୍ରଫୁଲ୍ଲ ରହିଥାଏ I
ନିଦ୍ରାହୀନତା ଦୂର ହେଇ ଗଭୀର ନିଦ ହେଇଥାଏ I

ହସ୍ତମୈଥୁନ ଦ୍ୱାରା ଗୁପ୍ତାଙ୍ଗ ର ଏକପ୍ରକାର ବ୍ୟାୟାମ ହେଇଥାଏ , ଯାହାଦ୍ୱାରା ଲିଂଗରେ ରକ୍ତସଂଚାଳନ ଠିକ ହେଇଥାଏ I ତେବେ ଯଦି ବ୍ୟକ୍ତି ସପ୍ତାହକୁ ଅତି ବେଶୀରେ ଦୁଇଥର ହସ୍ତମୈଥୁନ କରେ ତେବେ ଏହା ଶରୀର ଉପରେ କୌଣସି କ୍ଷତି ପକାଇନଥାଏ I

ହସ୍ତମୈଥୁନ ର ଅପକାରିତା :

ଯଦି ଆପଣ ସପ୍ତାହ କୁ 6/7 ସାତ ଥର ହସ୍ତମୈଥୁନ କରୁଥାନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଅନେକ କ୍ଷତି ପହଞ୍ଚାଇଥାଏ I ଏକଦା ପରମହଂସ ରାମକୃଷ୍ଣ କହିଥିଲେ କି ଯଦି ତୁମେ ସପ୍ତାହ କୁ 6/7 ଥର ଶାରୀରିକ ସମ୍ପର୍କ ରଖୁଛ ତେବେ ନିଜର କବର ନିଜେ ସଜାଡି କି ରଖିଥାଅ I

ଯେହେତୁ ଯୁବପିଢ଼ି ଙ୍କୁ ସମ୍ଭୋଗ ବିଷୟରେ ଜ୍ଞାନ ନଥାଏ ସେମାନେ ଅତ୍ୟଧିକ ହସ୍ତମୈଥୁନ କରିବା ପରେ ଏହା ବିଷୟରେ ଭାବିଥାନ୍ତି ଏବଂ ହସ୍ତମୈଥୁନ କରିବା ପରେ ବ୍ୟକ୍ତି ଭୟ ର ଶିକାର ହେଇଥାନ୍ତି I ଫଳରେ ମନରେ ମାନସିକ ଅଶାନ୍ତି ଏବଂ ଅବସାଦ ଆସିଥାଏ I

କୁହାଯାଏ ଯେଉଁ ଜିନିଷ କୁ ଆମେ ଅତ୍ୟଧିକ ଭଲ ପାଇଥାଉ ତାହା ଆମ ଅଭ୍ୟାସ ରେ ପଡିଯାଇଥଏ ତେଣୁ ଏହା କରିବା ଦ୍ୱାରା ଅଭ୍ୟାସ ରେ ପଡ଼ିଯାଏ, ଧାତୁରେ ଶୂକ୍ରାଣୁ ର ପରିମାଣ କମିଯାଇଥାଏ ଏବଂ ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ରେ ସନ୍ତୁଷ୍ଟି ଆସିନଥାଏ I ଫଳରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଲାଗିରହିଥାଏ I

ଅତ୍ୟଧିକ ହସ୍ତମୈଥୁନ ଦ୍ୱାରା ଶରୀର ରେ ପ୍ରୋଟିନ ର ପରିମାଣ କମିଯାଇଥାଏ ଯାହାଫଳରେ ଶାରୀରିକ ଦୁର୍ବଳତା ହେଇଥାଏ I ସାଧାରଣତଃ ଏହି କାମ ପରେ ବ୍ୟକ୍ତି ନିସ୍ତେଜ , ଥକା ପଣ ହାଲିଆ ଏବଂ ଦୁର୍ବଳ ଅନୁଭବ କରିଥଏ I ଯାହାଦ୍ୱାରା ଏହା ମତିଷ୍କ ଉପରେ ପ୍ରଭାବ ପଡିଥାଏ ଏବଂ ନିରନ୍ତର ହସ୍ତମୈଥୁନ ଦ୍ୱାରା ଶରୀର ପୂର୍ଣ୍ଣ ମାତ୍ରାରେ ବିକଶିତ ହେଇପାରିନଥାଏ I

କେମିତି ଦୂରେଇବେ ଏହି ଅଭ୍ୟାସ କୁ :

ଏକଲା ପରିବେଶରେ ନରହି ନିଜ ପରିବାର କିମ୍ବା ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାନ୍ତୁ I କୌଣସି କାର୍ଯ୍ୟରେ ନିଜକୁ ସବୁବେଳେ ନିୟୋଜିତ ରଖନ୍ତୁ I ନିଜ ମୋବାଇଲ କିମ୍ବା ଲାପଟପ ରୁ ସମସ୍ତ ଅଶ୍ଳୀଳ ଫିଲ୍ମ , ସାଇଟ ଗୁଡିକୁ ଦିଲେଟ କରିଦିଅନ୍ତୁ I ସକାଳେ ଯୋଗ କିମ୍ବା ବ୍ୟାୟାମ କରନ୍ତୁ I

ଯଦି ମନରେ କେବେ ବି ଉତ୍ତେଜନା ଆସେ ତେବେ ସଂଗେ ସଂଗେ ନିଜକୁ ଆଧ୍ୟାତ୍ମିକ ପରିବେଶକୁ ନେଇଯାଆନ୍ତୁ ଅର୍ଥାତ ଭଜନ କିମ୍ବା ଠାକୁର ଙ୍କ ବିଷୟରେ କିଛି ପଢନ୍ତୁ I କୁହାଯାଏ ମଣିଷ ଦ୍ୱାରା ସବୁ ସମ୍ଭବ I ମଣିଷ ଚାହିଁଲେ ଦୃଢ ସଂକଲ୍ପ ନେଲେ ଏପରି ଅଭ୍ୟାସ କୁ ଦୂରେଇଦେଇପାରିବ I

Leave a Reply

Your email address will not be published. Required fields are marked *