ସାମ୍ବାଦିକ ଙ୍କୁ ନବୀନ ଙ୍କ ରଜ ଭେଟି : ଜାଣନ୍ତୁ କଣ ମିଳିଲା ସରକାରୀ ସହାୟତା

ସାମ୍ବାଦିକ ମାନଙ୍କ ପାଇଁ ରଜ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ଆଜି ସାମ୍ବାଦିକ ମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରାଯାଇଛି I ଘୋଷଣା ମୁତାବକ ୨ ଲକ୍ଷ ଟଙ୍କା ର ବୀମା ବ୍ୟବସ୍ଥା କରାଯାଇଛି I ସ୍ବାସ୍ଥ୍ୟବୀମା ଅନୁଯାଇ ସ୍ବାସ୍ଥ୍ୟ ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହେଲେ ଅବଶିଷ୍ଟ ପରିମାଣ ଅର୍ଥ ସରକାର ଙ୍କ ତରଫରୁ ବହନ କରାଯିବା ପାଇଁ ବ୍ୟବସ୍ତା କରାଯିବ I ଯଦି ସାମ୍ବାଦିକ ମାନେ ଗୃହ ଋଣ କରିଥାନ୍ତି ତେବେ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଗୃହ ଋଣ ଉପରେ ୩% ସୁଧ ଛାଡ କରାଯିବ I ଚାରିଚକିଆ ଗାଡିଋଣ ପାଇଁ ୪ ଲକ୍ଷ ଟଙ୍କା ଏବଂ ୨ଚକିଆ ପାଇଁ ୫୦ ହଜାର ଯାଏଁ ୩ % ପ୍ରତିଶତ ସୁଧ କରାଯିବ ।

ସାମ୍ବାଦିକ ମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ଟ୍ରେନିଂ ଦିଆଯିବ ଏବଂ ସଫଳ ଉତ୍ତୀର୍ଣ ସାମ୍ବାଦିକ ମାନଙ୍କୁ 10000 ପୁରସ୍କାର ଦିଆଯିବ I

ଏନେଇ ଆଜି ସରକାର ଙ୍କ ତରଫରୁ ଆଇନ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି I ଏହାକୁ ଖୁବ ଶୀଘ୍ର ଯଥା ୨୦୧୮ ଜୁନ୍ ପହିଲାଠୁ କାର୍ଯ୍ୟକାରୀ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି I

ଏହା ସହିତ ଯଦି ସାମ୍ବାଦିକ ଙ୍କର ମୃତ୍ୟୁ ହେଇଯାଏ ତେବେ ପରିବାର ଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ବାବଦରେ ୪ଲକ୍ଷ ଟଙ୍କାର ଦିଆଯିବ I ଏବଂ ପିଲାମାନଙ୍କୁ ପାଠ ପଢିବା ପାଇଁ ସରକାର ଙ୍କ ତରଫରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୫୦୦ ଟଙ୍କା ଏବଂ ଉଚ୍ଚ ଶିକ୍ଷା ପାଇଁ ମାସିକ ୨୫୦୦ ଟଙ୍କା ସହାୟତା ଯୋଗାଇଦିଆଯିବ ।

Leave a Reply

Your email address will not be published. Required fields are marked *