ଖଣ୍ଡଗିରି ରୁ ହଟିବ କିନ୍ନର ହାଟ: ଡିସିପି ଙ୍କ ଆଦେଶ

ଖଣ୍ଡଗିରି ରୁ ଜୟଦେବ ବାଟିକା ଆମ୍ରି ହସ୍ପିଟାଲ୍ ରାସ୍ତା ସନ୍ଧ୍ୟା ହେଉ ହେଉ ପାଲଟି ଯାଉଚି କିନ୍ନର ଓ ଅସାମାଜିକ ଲୋକ ମାନଙ୍କ ପେଣ୍ଠ ସ୍ଥଳୀ।

ସାଧାରଣ ଲୋକ ମାନଙ୍କର ଚଳପ୍ରଚଳ ପାଇଁ ଅନୁକୂଳ ହୋଇ ରହୁନାହିଁ ଆଉ ରାସ୍ତା। ବସ୍ ତର୍ମିନାଲ୍ କୁ ନେଇ ସେହି ରାସ୍ତା କର ର ସମସ୍ତ ଜାଗା ରେ ବସୁଛି ହିଞ୍ଜଡ଼ା ହାଟ। ସେହି ରାସ୍ତା ସନ୍ଧ୍ୟା ହେଉ ହେଉ ମା ଭଉଣୀ ଙ୍କୁ ନେଇ ଯିବା ପାଇଁ ଯୋଗ୍ୟ ହୋଇ ରହୁନାହିଁ ଖାଲି ଏତିକି ନୁହେଁ ଏହା ସହ ଡକାୟତି ମଧ୍ୟ ବଢ଼ି ଚାଲିଛି।

ହିଞ୍ଜିଦା ମାନଙ୍କ ପାଖକୁ ଆସୁଥିବା ଅସାମାଜିକ ବ୍ୟକ୍ତି ମାନେ ଡକାୟତି ମଧ୍ୟ ସେଥିରେ କରୁଛନ୍ତି।

ଯେହେତୁ ସେହି ରାସ୍ତା ଦେଇ ଅମ୍ରି ହସ୍ପିଟାଲ୍ ର ଲୋକ ମାନେ ଓ ଅନେକ ଛାତ୍ର ଛାତ୍ରୀ ମାନେ ମଧ୍ୟ ଯାତାୟାତ କରୁଛନ୍ତି ଏହାକୁ ଦୃଷ୍ଟି ରେ ରଖି ସେଠାରୁ କିନର ମାନଙ୍କୁ ହଟାଇବାକୁ ପଦକ୍ଷେପ ନେଉଛି କମିଶରେଟ୍ ପୋଲିସ।

ଏଥିପାଇଁ ନିର୍ଦ୍ଦେଶ ଦେଇଛନ୍ତି ଖୋଦ୍ ଭୁବନେଶ୍ୱର ର ଡିସିପି ଅନୁପ କୁମାର ସାହୁ।

ସମଗ୍ର ରାଜଧାନୀ ରେ ଏହି ସ୍ଥାନ ଥିଲା କିନ୍ନର ମାନଙ୍କ ପେଣ୍ଠସ୍ଥଳୀ ଏମିତି କି ଏହି ସ୍ଥାନ କୁ ନେବା ପାଇଁ ଦୁଇ କିନ୍ନର ଗୋଷ୍ଟି ମଧ୍ୟରେ ମଧ୍ୟ ମାରପିଟ୍ ହୋଇଥିଲା।ଏହି ସବୁ ବିଷୟରେ ଜାଣିବା ପରେ ଡିସିପି ଏହି ନିଷ୍ପତି ନେଇଛନ୍ତି।ସେହି ସ୍ଥାନ ରେ ଆଜି ଠାରୁ ୧ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ଓ ଆଜି ଠାରୁ ସେଥିରେ ସନ୍ଧ୍ୟା ରେ କିନ୍ନର ମାନଙ୍କୁ ଦେଖିବାକୁ ମିଳିବ ନାହିଁ ବୋଲି ପୁଲିସ୍ ତରଫ ରୁ ସୂଚନା ଦିଆଯାଇଛି। ଏପରି କି ସେହି ବସ୍ ଟ ରମିନାଲ୍ ପାଖରେ ପୋଲିସ ର ଏକ ଅସ୍ଥାୟୀ କ୍ୟାମ୍ପ ମଧ୍ୟ ପଡ଼ିବ।

Leave a Reply

Your email address will not be published. Required fields are marked *