ଘରୋଇ ହସ୍ପିଟାଲ୍ ରେ ଡେଙ୍ଗୁ ପରୀକ୍ଷା କରନି: ସ୍ବାସ୍ଥ୍ୟ ବିଭାଗ

ରାଜଧାନୀ ରେ ଡେଙ୍ଗୁ କାୟା ବିସ୍ତାର କରିବାକୁ ଲାଗିଛି।ଏହା ଗୋଟିଏ ଜୀବନ ମଧ୍ୟ ନେଇ ସାରିଲାଣି ଏବଂ ଶ୍ରମିକ ବସ୍ତି ରେ ୫ ଟି ଡେଙ୍ଗୁ ରୋଗୀ ମଧ୍ୟ ଚିହ୍ନଟ ହୋଇ ସାରିଲେଣି। ତେବେ ଡେଙ୍ଗୁ ର ଏପରି ବ୍ୟାପିବା କୁ ନେଇ ଏବେ ତତ୍ପରତା ଦେଖାଇଛି ସ୍ବାସ୍ଥ୍ୟ ବିଭାଗ।

ସ୍ବାସ୍ଥ୍ୟ ବିଭାଗ ତରଫ ରୁ କାଲି ଡେଙ୍ଗୁ ପାଇଁ ଏକ ସ୍ବତନ୍ତ୍ର ବୈଠକ ବସିଥିଲା ଯେଉଁଥିରେ କି ଡେଙ୍ଗୁ କୁ ରୋକିବା ର ବିଭିନ୍ନ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି। ସ୍ବାସ୍ଥ୍ୟ ବିଭାଗ ତରଫ ରୁ ଡେଙ୍ଗୁ ସନ୍ଦେହ ହେଲେ ଘରୋଇ ହସ୍ପିଟାଲ୍ ରେ ପରୀକ୍ଷା ନ କରିବାକୁ ସୂଚନା ଦିଆଯାଇଛି।

ତେବେ ପ୍ରକାଶ ଥାଉ କି ଜାନୁଆରୀ ରୁ ଏ ଯାଏ ୧୦ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇସାରିଲାଣି।

ତେବେ ଡେଙ୍ଗୁ ପାଇଁ ରାପିଡ୍ ରେଶ୍ ପଂସ୍ ଟିମ୍ ଗଠନ ମଧ୍ୟ କରାଯାଇଛି।ଏବଂ ଯେଉଁ ଅଞ୍ଚଳ ରେ ଦାବି ଆସିବ ସେହି ଅଞ୍ଚଳ ରେ ଟିଫା ମେସିନ ବୁଲା ଯିବ।

Leave a Reply

Your email address will not be published. Required fields are marked *