ଦେହ ଉପରେ ଝିଟିପିଟି ପଡ଼ିବାର ଅର୍ଥ କଣ

ଯଦି ଆପଣଙ୍କ ଘରେ ଝିଟିପିଟି ଅଛି ଆଉ ଆପଣ ଜ୍ୟୋତିଷ ଉପରେ ବିଶ୍ୱାସ କରନ୍ତି ତାହେଲେ ଜାଣନ୍ତୁ ଜ୍ୟୋତିଷରେ କୁହାଯାଇଥିବା କିଛି ଏମିତି କଥା ଯାହା ଝିଟିପିଟି ସହ ସମ୍ବନ୍ଧ ଅଛି।ଏହି ସବୁ ସଂକେତ ମାଧ୍ୟମରେ ଜାଣନ୍ତୁ ଭବିଷ୍ୟତରେ ହେବାକୁ ଥିବା କିଛି ଘଟଣା ବିଷୟରେ।

ହିନ୍ଦୁ ଧର୍ମରେ ଶୁଭ /ଅଶୁଭ ର ମାନ୍ୟତା ପୁରୁଣା କାଳରୁ ଚାଲି ଆସିଛି।କିନ୍ତୁ ଏବେ ବହୁତ୍ ଲୋକ ଏହିସବୁ ଘଟଣାକୁ ଅନ୍ଧବିଶ୍ୱାସ କହିଥାନ୍ତି।ପ୍ରାଚୀନ କାଳରୁ କିଛି ବିଶେଷ ଘଟଣା ଭବିଷ୍ୟତ ସମ୍ବନ୍ଧରେ କୁହାଯାଉଥିଲା।

ଏହି ସବୁ ବିଶେଷ ଘଟଣା ହିଁ ଶୁଭ ଆଉ ଅଶୁଭ ହୋଇଥାଏ।ଆଜି ବି ବହୁତ୍ ଜଣ ଏହିସବୁ କୁ ମାନି ଥାନ୍ତି।ଆଉ ଏହି ସବୁ ସମ୍ବନ୍ଧରେ କୁହାଯାଉଥିବା ନିୟମ କୁ ପାଳନ କରିଥାନ୍ତି।ଝିଟିପିଟି ଏକ ସାମାନ୍ୟ ଯିବ।ଯାହା ଆମ ସମସ୍ତଙ୍କ ଘରେ ଦେଖାଯାଇଥାଏ।ଏମିତି ମନା ଯାଏ ଝିଟିପିଟି ଯେବେ ଉପରେ ପଡିଥାଏ ତାହେଲେ ଧ୍ୟାନ ଦେବା ଦରକାର ଝିଟିପିଟି କେଉଁ ଦିଗରେ ପଡ଼ିଛି ଆଉ କେଉଁଠି ପଡ଼ିଛି।ଆଉ ଯଦି ଝିଟିପିଟି ଶରୀର ଉପରେ ପଡେ ତାହେଲେ କେଉଁ ଅଙ୍ଗ ଉପରେ ପଡେ।

ଏମିତି ଘଟଣାର ଧ୍ୟାନ ରଖିବା ଦ୍ବାରା ଆଗକୁ ହେଉଥିବା ଶୁଭ କିମ୍ବା ଅଶୁଭ ଘଟଣା ର ସଂକେତ ଆମକୁ ମିଳିପାରିବ।ଯଦି କୌଣସି ପୁରୁଷର ଡାହାଣ ପାଦରେ ଝିଟିପିଟି ପଡ଼ୁଚି ତାହେଲେ ଏହାକୁ ବହୁତ୍ ଶୁଭ ମନା ଯାଉଚି ଯାହାକି ବାମ ହାତରେ ପଡ଼ିବାକୁ ଅଶୁଭ ମନା ଯାଇଛି।ସ୍ତ୍ରୀ ମାନଙ୍କ ପାଖରେ ଏହା ପୁରା ବିପରୀତ ଅଟେ।ମାନେ ସେମାନଙ୍କ ବାମ ହାତରେ ପଡ଼ିବାକୁ ଶୁଭ ମନା ଯାଏ।ଆଉ ଡାହାଣରେ ପଡ଼ିବାକୁ ଅଶୁଭ ମନା ଯାଏ।

ଯଦି ଝିଟିପିଟି ପ୍ରେମ ପ୍ରସଙ୍ଗରେ ଦେଖାଯାଏ ତେବେ ଜାଣିବେ ଯେ ଆପଣଙ୍କର କୌଣସି ପୁରୁଣା ସାଙ୍ଗ ସହ ଦେଖା ହେବାର ଅଛି।ଭୋଜନ କରିବା ସମୟରେ ଯଦି ଝିଟିପିଟି ଦେଖାଯାଏ ତାହେଲେ ଏହା ଶୁଭ ସଙ୍କେତ ଅଟେ।ସ୍ତ୍ରୀ ର ବାମ ହାତରେ ଝିଟିପିଟି ପଡ଼ିଲେ ସୌଭାଗ୍ୟ ବଢ଼ିଥାଏ। ଯେବେକି ଡାହାଣ ହାତରେ ପଡ଼ିଲେ ଧନ ହାନି ହେବାର ସମ୍ଭାବନା ଥାଏ।ସ୍ତ୍ରୀ ରେ ନାଭି ରେ ଝିଟିପିଟି ପଡ଼ିଲେ ପୁତ୍ର ପ୍ରାପ୍ତି ର ସମ୍ଭାବନା ଥାଏ।ଯେବେ ଘରେ ଝିଟିପିଟି ଝଗଡ଼ା କରିବାର ଦେଖାଯାଏ ତାହେଲେ ସେହିଦିନ ସାବଧାନ ରହିବା ଆବଶ୍ୟକ।କାରଣ ଆପଣଙ୍କର କାହା ସହ ଝଗଡ଼ା ହୋଇପାରେ।

ଯେବେ କୌଣସି ବ୍ୟକ୍ତିର ଆଣ୍ଠୁ ଉପରେ ଝିଟିପିଟି ପଡିଥାଏ ତାହେଲେ ଏହାର ମାନେ ନିକଟ ଭବିଷ୍ୟତରେ ସୁଖର ପ୍ରାପ୍ତି ହୋଇଥାଏ।ଯିବା ଆସିବା ସମୟରେ ଯଦି କୌଣସି ପୁରୁଷର ମୁଣ୍ଡ ଉପରେ କିମ୍ବା ଡାହାଣ ହାତରେ ଝିଟିପିଟି ପଡେ ତେବେ ନିକଟ ଭବିଷ୍ୟତରେ ମାନ ସମ୍ମାନ ହେବାର ସମ୍ଭାବନା ଥାଏ।ଏହିପ୍ରକାର ଯଦି ଝିଟିପିଟି ବାମ ହାତରେ ପଡେ ତେବେ ସମ୍ମାନ ହାନି ର ସମ୍ଭାବନା ଥାଏ । ତା ସହିତ କୌଣସି ରୋଗର ବି ସାମ୍ନା କରିବାକୁ ପଡ଼ିଥାଏ।

ଯଦି ଝିଟିପିଟି କୌଣସି ବ୍ୟକ୍ତିର ଡାହାଣ ହାତରୁ ଯାଇ ବାମ ହାତରେ ପଡିଥାଏ ତାହେଲେ ଭବିଷ୍ୟତରେ ବ୍ୟକ୍ତିକୁ ପଦୋନ୍ନତି ଆଉ ଧନ ଲାଭର ସୌଭାଗ୍ୟ ମିଳିଥାଏ।

Leave a Reply

Your email address will not be published. Required fields are marked *