ମୁଁ ଚାବି ରଖେ ନାହିଁ: ଗଜପତି ମହାରାଜ

ଶ୍ରୀ ମନ୍ଦିର ଚାବି ହଜିବା ପ୍ରସଙ୍ଗ ରେ ଗଜପତି ଙ୍କ ନାମ କୁ ଯୋଡ଼ା ଯାଉଥିବାରୁ ବିଦେଶ ରେ ଥାଇ ମଧ୍ୟ ଏ ସମ୍ପର୍କ ରେ ମୁହଁ ଖୋଲିଛନ୍ତି ଗଜପତି ମହାରାଜ।

ସେ କହିଛନ୍ତି ଯେ ୧୯୬୦ ପରଠୁ ଏହା ଓଡ଼ିଶା ସରକାର ଙ୍କ ଦାୟିତ୍ୱ ୧୯୬୦ ପୂର୍ବରୁ ତାଙ୍କର ବାପା ଏହା ବୁଝା ବୁଝି କରୁଥିଲେ କିନ୍ତୁ ୧୯୬୦ ରେ ନୂଆ ନିୟମ ପରେ ଏହା ସବୁ ସରକାର ବୁଝା ବୁଝି କରୁଛନ୍ତି ଏବଂ ଏହା ସବୁ ସରକାର ଙ୍କ ଦାୟିତ୍ୱ।

ତେବେ ଚାବି ହଜିବା ପ୍ରସଙ୍ଗ ରେ ତାଙ୍କୁ ଯୋଡ଼ା ଯାଉଥିବାରୁ ସେ ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି।

ସେ ଏହା ମଧ୍ୟ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ବାହାର ୩ ଟି ଭଣ୍ଡାର ର ଗୋଟିଏ ଚାବି ତାଙ୍କ ପାଖେ ଥାଏ ଏବଂ ଅନ୍ୟ ଦୁଇଟି ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ ଓ ମନ୍ଦିର ମେକାପ ଙ୍କ ପାଖରେ ଥାଏ।ତାଙ୍କର କେବେ କାମ ପଡ଼ିଲେ ସେମାନେ ପ୍ରତିନିଧି ପଠାନ୍ତି କିନ୍ତୁ ଭିତର ଭଣ୍ଡାର ର ଚାବି ସହିତ ତାଙ୍କର କୌଣସି ବି ସମ୍ପର୍କ ନାହିଁ।

Leave a Reply

Your email address will not be published. Required fields are marked *