ଯଦି ଆପଣଙ୍କର ଏହି ସବୁ ଗୁଣ ଅଛି ତୁରନ୍ତ ଛାଡ଼ନ୍ତୁ ନଚେତ କାଙ୍ଗାଳ ହେଇଯିବେ

କୁହାଯାଏ ମଣିଷ କର୍ତବ୍ୟ କରିବା ଆବଶ୍ୟକ ଏବଂ ଫଳ ଉପରେ ଆଶା ନ ରଖିବା ଉଚିତ I ଭଲ କର୍ମ ଦ୍ୱାରା ନିର୍ଚିନ୍ତ ଭାବରେ ଭଲ ଫଳ ମିଳିଥାଏ I ଭଲ କର୍ମ କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି I ସେଇଥିପାଇଁ ତ ଶ୍ରୀୟା ଚଣ୍ଡାଳୁଣୀ ର ଭଲ କର୍ମରେ ମା ଲକ୍ଷ୍ମୀ ନିଜେ ତା ଘରେ ପାଦ ପକାଇ ଆଶୀର୍ବାଦ କରିଥିଲେ I ତେବେ ଶାସ୍ତ୍ର ଅନୁଯାଇ ଏମିତି କିଛି କର୍ମ ଅଛି ଯାହାଦ୍ୱାରା ମା ଲକ୍ଷ୍ମୀ ମନୁଷ୍ୟ ଠାରୁ ଛାଡି ପଳାନ୍ତି ଏବଂ ବ୍ୟକ୍ତି ଶ୍ରୀହୀନ ବା ଗରିବ ହେଇଯାଏ I ଦୁଃଖ କ୍ଳେଶ ରେ ଜୀବନ ଅତିବାହିତ ହେଇଥାଏ I1) କେଭେଁଭି ମଇଳା ପୋଷାକ ପିନ୍ଧନ୍ତୁ ନାହିଁ ଏହାଦ୍ୱାରା ଶରୀର କୁ ରୋଗ ହେବା ସହିତ ମା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I ସବୁବେଳେ ସଫା ପୋଷାକ ପିନ୍ଧିବା ସହିତ ଶରୀର କୁ ପରିସ୍କାର ରଖନ୍ତୁ I2) କୁହାଯାଏ ଯେଉଁ ବ୍ୟକ୍ତିର ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ ନଥାଏ ସେମାନେ ଲୋଭ ର ବଶବର୍ତ୍ତୀ ହେଇ ବହୁତ ଖାଦ୍ୟ ଗ୍ରହଣ କରିଥାନ୍ତି ଏବଂ ଅଳସୁଆ ଙ୍କ ପରି କୌଣସି କାର୍ଯ୍ୟ ନକରି ପଡିରହିଥାନ୍ତି I ଏମାନଙ୍କୁ ଶରୀର ରୁ ମା ଲକ୍ଷ୍ମୀ ଛାଡି ଚାଲିଯାନ୍ତି I

3) ଯେଉଁମାନେ ସାଧାରଣତଃ ସୂର୍ଯ୍ୟ ଉଦୟ ପରେ ଉଠନ୍ତି ସେମାନେ ଅଳସୁଆ ପ୍ରକୃତିର ଏବଂ ନିଜ ନିତ୍ୟ ନୈମିତ୍ତିକ କାର୍ଯ୍ୟ ସୁଚାରୁ ରୂପେ କରିପାରନ୍ତି ନାହିଁ ଫଳରେ ଏମାନଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି I

4) ଯେଉଁ ମାନେ ଅନ୍ୟକୁ ଖରାପ ବ୍ୟବହାର ଏବଂ କଷ୍ଟଦାୟକ କଥା କହିଥାନ୍ତି ସେମାନଙ୍କ ଉପରେ ମା ସରସ୍ବତୀ ପ୍ରସନ୍ନ ନଥାନ୍ତି ଫଳରେ ମା ଲକ୍ଷ୍ମୀ ମଧ୍ୟ ସେମାନଙ୍କ ଠାରୁ ଦୂରେଇଯାନ୍ତି I5) ଯେଉଁମାନେ ନିଜ ସ୍ତ୍ରୀ ଏବଂ ସ୍ୱାମୀ ଙ୍କ ଛଡା ପରା ମହିଳା ବା ପୁରୁଷ ଉପରେ ନଜର ପକାଇଥାନ୍ତି ସେମାନଙ୍କ ଉପରେ ମା ଲକ୍ଷ୍ମୀ କ୍ରୋଧିତ ହେଇ ଚାଲିଯାଆନ୍ତି I ଫଳରେ ସେମାନେ ଲକ୍ଷ୍ମୀଛଡା ହେଇ ବହୁ ଦୁଃଖ କଷ୍ଟରେ ଜୀବନ ବିତାନ୍ତି I ଯଦି ଆପଣଙ୍କର ବି ଏ ଅଭ୍ୟାସ ଅଛି ତେବେ ତୁରନ୍ତ ଏ ସବୁ ତ୍ୟାଗ କରନ୍ତୁ I

Leave a Reply

Your email address will not be published. Required fields are marked *