ଦଶମ ଶ୍ରେଣୀ ବାଳକ ର କମାଲ୍: ୫ ଟଙ୍କା ରେ ବାଇକ୍ ଚାଲିବ ୯୦ କିମି

ଯେଉଁ କାମ ବଡ଼ ବଡ଼ ବୈଜ୍ଞାନିକ ମାନଙ୍କୁ କରିବାକୁ ମଧ୍ୟ କଠିନ କେତେବେଳେ ତାହା ଛୋଟ ବୈଜ୍ଞାନିକ ମଧ୍ୟ କରିଦେଖାଉଚ୍ଚନ୍ତି। ଏହି କୁନି ବୈଜ୍ଞାନିକ ଜଣକ ହେଉଛନ୍ତି ମଧ୍ୟ ପ୍ରଦେଶ କେନ୍ଦ୍ରୀୟ ବିଦ୍ୟାଳୟ ର ୧୦ମ ଶ୍ରେଣୀ ର ଜଣେ ଛାତ୍ର।

ସେ ପ୍ରସ୍ତୁତ କରିଛନ୍ତି ଏହି ଏଲେକ୍ଟ୍ରୋନି ବାଇକ୍ ଯାହାକି ମାତ୍ର ୫ ଟଙ୍କା ର ବିଜୁଳି ଖର୍ଚ୍ଚ ରେ ଚାଲିବ ୯୦ କିମି ଏହା ସହ ସହ ବିଦ୍ୟୁତ୍ ରୁ ଚାଲୁଥିବା ରୁ ଏହା ମଧ୍ୟ ଇକୋ ଫ୍ରେଣ୍ଡଲି ଅର୍ଥାତ୍ ଏହା ପରିବେଶ ପ୍ରଦୂଷଣ କରିବ ନାହିଁ।

ଏହି ବାଇକ୍ ରେ ଗିଅର୍ ସୁବିଧା ନାହିଁ ଏହା ଇନ୍ଧନ ପାଏ ଏଥିରେ ଲାଗିଥିବା ୧୨-୧୨ ଭୋଲଟ୍ ର ବ୍ୟାଟେରୀ ରୁ।ତେଣୁ ଏହାକୁ ସ୍କୁଟି କୁ ଚଳାଇଲା ପରି କେବଳ ଏକ୍ସ ଲିଟର ରେ ଚଳାଇବାକୁ ପଡ଼ିବ।

କ୍ଷମତା:-

ଏଥିରେ ୨-୩ ଜଣ ବ୍ୟକ୍ତି ସାଧାରଣ ପେଟ୍ରୋଲ ବାଇକ୍ ପରି ଯାତାୟାତ କରି ପାରିବେ।ଏହା ସହ ଏହା ମଧ୍ୟ ଘଣ୍ଟା ପ୍ରତି ୬୦-୭୦ କିମି ବେଗରେ ଚାଲି ପାରେ।ଏହି ବାଇକ୍ କୁ ତିଆରି କରିବାକୁ ସେ ଖର୍ଚ୍ଚ କରିଛନ୍ତି ମାତ୍ର ୨୫ ହଜାର ଟଙ୍କା।

ତିଆରି:-

ଏହାକୁ ତିଆରି କରିବାକୁ ପୀୟୂଷ(ନିର୍ମାତା) ପ୍ରଥମେ ଏଞ୍ଜିନେ କୁ କାଢି ସେଥିରେ ୧.୩ hp ର ଏକ ନୂଆ ଡିସି କରେଣ୍ଟ କ୍ଷମତା ବିଶିଷ୍ଟ ମୋଟର ଫିଟ୍ କରାଇଥିଲେ। ଏହା ସହ ୧୨ ଭୋଲଟ ର ୪ ଟି ବ୍ୟାଟେରୀ ସଂଯୁକ୍ତ କରିଥିଲେ।

କନ୍ତ୍ରୋଲେର ମାଧ୍ୟମ ରେ କରେଣ୍ଟ ଯାଏ ବ୍ୟାଟେରୀ ଚାର୍ଜ ହୋଇଥାଏ ।ଏହି ବ୍ୟାଟେରୀ କୁ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ମାତ୍ର ୫ ଟଙ୍କା ର ବିଜୁଳି ଖର୍ଚ୍ଚ ହୋଇଥାଏ।ଯାହାକି ୮୦-୯୦ କିମି ଚାଲି ପାରେ।

Leave a Reply

Your email address will not be published. Required fields are marked *