ଏହି ମୁଦ୍ରା କୁ ଥରେ କରନ୍ତୁ ଆଉ ଦେଖନ୍ତୁ ଚମତ୍କାରି ଫାଇଦା

ଆପଣ ନିଜର ଅନାମିକା ଆଙ୍ଗୁଠି କୁ ମୋଡ଼ି ବୁଢ଼ା ଆଙ୍ଗୁଠି ଦ୍ବାରା ଏହାକୁ ଦବେଇ ରଖନ୍ତୁ।ଆଉ ବାକି ତିନୋଟି ଆଙ୍ଗୁଠିକୁ ପୁରା ସିଧା ରଖନ୍ତୁ।ଯଦି ଏହି ମୁଦ୍ରା ଆପଣ ସକାଳେ ୧୦ ରୁ ୧୫ ମିନିଟ୍ ଏହି ମୁଦ୍ରାର ଅଭ୍ୟାସ କରିବେ ଏହାର ଫାଇଦା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।ଏହି ପ୍ରକାର ମୁଦ୍ରାକୁ ଋଷି ମୁନି ଅର୍ଥାତ୍ ଯୋଗର ଭାଷାରେ ଅଗ୍ନି ବା ସୂର୍ଯ୍ୟ ମୁଦ୍ରା କୁହାଯାଏ।

ଯୋଗ ସାଧନା ଆଉ ଯୋଗ ମୁଦ୍ରା ଆମର ଋଷି ମାନଙ୍କର ଅନୋଖା ପରମ୍ପରା ରହିଆସିଛି।ଯାହା ସମସ୍ତ ମାନବ ଜାତିକୁ ପ୍ରସନ୍ନ ରଖି ବଞ୍ଚିବା ସିଖେଇଥାଏ।ଯୋଗ ସାଧନା ବୈଦିକ ଯୁଗରୁ ଚାଲିଆସୁଅଛି।ପ୍ରାଚୀନ ସମୟରୁ ଆମର ଅନେକ ଋଷି ମୁନି ମନେ ତପସ୍ୟା ଦ୍ବାରା ଯୋଗର ସାଧନାକୁ ଅନୁଭବ କରିଛନ୍ତି।ଆମର ଜୀବନରେ ୟୋଗା କୌଣସି ବରଦାନ ରୁ କମ୍ ନୁହେଁ।

ଆଉ ଯୋଗର ସୂର୍ଯ୍ୟ ମୁଦ୍ରାରେ ବହୁତ୍ ମହିତ୍ୱପୂର୍ଣ୍ଣ ସ୍ଥାନ ଅଛି।ସୂର୍ଯ୍ୟ ମୁଦ୍ରା ଆମ ଭିତରର ଅଗ୍ନି ତତ୍ଵକୁ ସଞ୍ଚାରିତ କରିଥାଏ।ସକାଳୁ ଖାଲି ପେଟରେ ସୂର୍ଯ୍ୟ ମୁଦ୍ରା କରିବା ଦ୍ୱାରା କୋଲେଷ୍ଟ୍ରଲର ସ୍ତର କମ୍ ହୋଇଥାଏ।ଯାହାଦ୍ଵାରା ଶରୀର ଫୁଲିବା ସମସ୍ୟା ଦୁର ହୋଇଯାଏ।ସୂର୍ଯ୍ୟ ମୁଦ୍ରାର ନିୟମିତ ଅଭ୍ୟାସ କରିବା ଦ୍ୱାରା ଶରୀରରେ ବଳ ସୃଷ୍ଟି ହୋଇଥାଏ।ଯାହା ଆପଣଙ୍କ ମେଟାବୋଲିଯିମ୍ କୁ ବୁଷ୍ଟ୍ କରିଥାଏ।ଆଉ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ତା ସହ ଏହାର ନିୟମିତ ଅଭ୍ୟାସ ଦ୍ଵାରା ଆପଣଙ୍କ ମାନସିକ ଚିନ୍ତା ବି ଦୁର ହୋଇଯାଏ।ପ୍ରତ୍ୟେକ ଦିନ କେବଳ ସୂର୍ଯ୍ୟ ମୁଦ୍ରା କରିବା ଦ୍ଵାରା ଶରୀରରେ ଥିବା ଅତିରିକ୍ତ fat ଦୂରେଇ ଯାଏ।ଯାହା ଦ୍ଵାରା ଆପଣଙ୍କ ଓଜନ କମ୍ ହୋଇଥାଏ।ପେଟର ମୋଟାପା କମ୍ କରିବା ପାଇଁ ବି ଲୋକଙ୍କୁ ଏହି ମୁଦ୍ରାର ଅଭ୍ୟାସ କରିବା ଦରକାର।ଏହି ମୁଦ୍ରା ଦ୍ଵାରା ପାଚନ ପ୍ରଣାଳୀ ଭଲ ଭାବରେ କାମ କରିବ।

ଏହା ଲୋ ବିପି ଆଉ ଥାଇରଏଡ କୁ ବି ନିୟନ୍ତ୍ରଣ କରିବା ପାଇଁ ବହୁତ୍ ସାହାଯ୍ୟ ହୋଇଥାଏ। acidity ଅଧିକ ଥିବ କିମ୍ବା ଶରୀର ଦୁର୍ବଳ ଥିଲେ ଆମକୁ ସୂର୍ଯ୍ୟ ମୁଦ୍ରା କରିବା ଉଚିତ୍ ନୁହେଁ।ଗରମ୍ ଦିନରେ ଏହାକୁ କରିବା ପୂର୍ବରୁ ଟିକେ ପାଣି ପିଇଦେବା ଦରକାର।ସୂର୍ଯ୍ୟ ମୁଦ୍ରାକୁ ସବୁବେଳେ ବସି କରି କରିବା ଦରକାର।

Leave a Reply

Your email address will not be published. Required fields are marked *