ନାଗମଣିର ଅସଲ ରହସ୍ୟ :ବୈଜ୍ଞାନିକ ମାନେ ମଧ୍ୟ ମାନିଲେ ଏହା ବହୁତ ଶକ୍ତିଶାଳୀ

ନାଗମଣି : ଏହା ବିଷୟରେ ଅଳ୍ପ ବହୁତେ ସମସ୍ତେ ଶୁଣିଥିବେ I କିଛି ନହେଲେ ପିଲାଦିନେ ଆଈମା ଠାରୁ କାହାଣୀ ରେ ଶୁଣିଥିବେ I ତେବେ କଣ ଏହି ନାଗମଣି ? କୁହାଯାଏ ଏହା ଏକ ପଥର I ଯାହାକି ସବୁ ରତ୍ନ ମଧ୍ୟରେ ଶ୍ରେଷ୍ଠ ଯେଉଁଥିପାଇଁ ତାକୁ ମଣି କୁହାଯାଏ I ଏହା ସାପ ମାନଙ୍କର ରାଜା ବିଶେଷ କରି କିଛି ନାଗ ଙ୍କ ମଥାରେ ଥାଏ ଯାହାକୁ ନାଗମଣି କୁହାଯାଏ I ଏହି ନାଗମଣି ଦ୍ୱାରା ମଣିଷ ଅମର ହେଇଯାଏ , କେଭେଁଭି ମଣିଷକୁ ବୃଦ୍ଧାବସ୍ଥା ଗ୍ରାସ କରିପାରେନାହିଁ I

ଏନେଇ ବହୁ ଚଳଚିତ୍ର ମଧ୍ୟ ତିଆରି ହେଇଚି I କିନ୍ତୁ ଏହା ଏତେ ସହଜରେ ମିଳିନଥାଏ I ଏହାକୁ ନେଇ ବୈଜ୍ଞାନିକ ମାନେ ମଧ୍ୟ ପରୀକ୍ଷାନିରୀକ୍ଷା ଚଳାଇଛନ୍ତି I ତେବେ ବୈଜ୍ଞାନିକ ମାନେ ହଁ କରିଛନ୍ତି ଯେ ନାଗମଣି ବୋଲି କିଛି ଗୋଟେ ଦ୍ରବ୍ୟ ଅଛି ଯାହାର କି ବହୁତ ଶକ୍ତି ଅଛି I ହେଇଥାଇପାରେ ଏହାର ଶକ୍ତି ଦ୍ୱାରା ମଣିଷ ବୃଦ୍ଧାବସ୍ଥା ଛୁଇଁ ନପାରେ , କାହିଁକିନା ଆମ ଶରୀର ରେ ସୃଷ୍ଟି ହେଉଥିବା କୋଷ କଣିକା , ବୟସ ଅପରାହ୍ନରେ ନୂଆ କୋଷ କଣିକା ସୃଷ୍ଟି କରିପାରିନଥାନ୍ତି I

ଯାହାଫଳରେ ମଣିଷ ବୃଦ୍ଧ ହେଇଯାଏ I ହୁଏତ ନାଗମଣି ର ଶକ୍ତି ଦ୍ୱାରା ଏହି କୋଶକଣିକା ସୃଷ୍ଟି ହେଇଥାଇପାରେ ସେଥିପାଇଁ ବହୁ କିମ୍ବଦନ୍ତୀରୁ ଏହାର ଉଲେଖ ରହିଛି I ତେବେ ଏହା କିଛି ବିଶେଷ ପ୍ରଜାତିର ସାପ ଙ୍କ ପାଖରେ ଥାଇପାରେ I ମୁକ୍ତା ବା ମୋତି ଏକ ଦୁର୍ଲଭ ରତ୍ନ ପଥର ହେଲେମଧ୍ୟ ,ଏହା ଶାମୁକା ଭିତରୁ ମିଳିଥାଏ

, ତେଣୁ ନାଗମଣି ଅସମ୍ଭବ ନୁହେଁ I ହୁଏତ ସେହି ବିରଳ ପ୍ରଜାତି ର ସାପ ବିଲୁପ୍ତ ହେଇଯାଇଛନ୍ତି କିମ୍ବା ତାଙ୍କ ସଂଖ୍ୟା ବହୁପରିମାଣରେ କମ I

ତେବେ ଏନେଇ କେବଳ ଭାରତ ନୁହେଁ ସମଗ୍ର ପୃଥିବୀ ରେ ନାଗମଣି କୁ ନେଇ ଗବେଷଣା ଚାଲିଛି I ହୁଏତ ଯଦି ଏହାର କିଛି ସତ୍ୟ ସନ୍ଧାନ ମିଳିଯାଏ ତେବେ ବୈଜ୍ଞାନିକ ମାନଙ୍କୁ ଏକ ନୂଆ ଦିଶା ମିଳିଯାଇପାରେ I

Leave a Reply

Your email address will not be published. Required fields are marked *