ତୁଳସୀ ଗଛ ମୂଳରେ ଏହି ଗଛ ଲଗାଇବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି

ଗଛ ଭିତରେ ତୁଳସୀ ହେଉଛି ସବୁଠାରୁ ଶ୍ରେଷ୍ଠ I ତୁଳସୀ ଗଛର ଅନେକ ଔଷଧୀୟ ଗୁଣ ରହିଛି ଯେଉଁଥିପାଇଁ ତୁଳସୀ ଗଛ କୁ ସମସ୍ତଙ୍କ ଘରେ ପୂଜା କରାଯାଏ I ଖାଲି ଔଷଧୀୟ ଗୁଣ ପାଇଁ ନୁହେଁ ବରଂ ସମସ୍ତଙ୍କ ମନରେ ବିଶ୍ୱାସ ଅଛି ଯେ ତୁଳସୀ ହେଉଛନ୍ତି କଳିଯୁଗର ସ୍ୱୟଂ ଚଳନ୍ତି ଦେବୀ ମା Iତୁଳସୀ ଗଛରେ ସକାଳେ ଜଳ ଦେବା ଦ୍ୱାରା ଘରର ମଙ୍ଗଳ ହେଇଥାଏ I ଆଖ ପାଖ ରେ ଯଦି ନକାରାତ୍ମକ ଶକ୍ତି ଥାଏ ତୁଳସୀ ଗଛର ଆରାଧନା ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତିର ପ୍ରଭାବ ନଷ୍ଟ ହେଇଥାଏ I

ତେବେ ଆମ ଜାଣତରେ ହେଉ କିମ୍ବା ଅଜାଣତରେ ହେଉ ତୁଳସୀ ଗଛ ମୂଳରେ ଆମେ ସାଧାରଣତଃ ଫୁଲ ଗଛ କିମ୍ବା ଅନ୍ୟ ଗଛ ଲଗାଇଥାଉ I କିନ୍ତୁ ଶାସ୍ତ୍ର ଅନୁଯାଇ ଏହା ର କୁ ପ୍ରଭାବ ଆମ ଘର ଉପରେ ପଡିଥାଏ I ତେଣୁ ତୁଳସୀ ଗଛମୂଳରୁ ଅନ୍ୟସମସ୍ତ ଗଛ କୁ ତୁରନ୍ତ ଉପାଡି ଦିଅନ୍ତୁ I

ଯଦି ପାରୁଛନ୍ତି ଏକ କଦଳୀ ଗଛ ତୁଳସୀ ନିକଟରେ ଲଗାନ୍ତୁ I କଦଳୀ ଗଛ ଅତ୍ୟନ୍ତ ଶୁଭ ହେଇଥାଏ I ସମସ୍ତ ଶୁଭ କାର୍ଯ୍ୟରେ କଦଳୀ ଗଛ ଲାଗିଥାଏ I ଏହା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି I ଘରକୁ ଲକ୍ଷ୍ମୀ ଙ୍କ ଆଶୀର୍ବାଦରୁ ଧନ ଆସିଥାଏ I

Leave a Reply

Your email address will not be published. Required fields are marked *