ପୂର୍ବାହ୍ନ ୧୦ ରୁ ଅପରାହ୍ନ ୪ ଯାଏ କ୍ୟାମ୍ପସ ବାହାରକୁ ଯାଇପାରିବେ ନାହିଁ ଛାତ୍ର ଛାତ୍ରୀ ମାନେ। ସରକାର ଏହା ନେଇ ଲାଗୁ କରିବାକୁ ଯାଉଛନ୍ତି କଡ଼ା ନିୟମ।
ଯଦି କୌଣସି କ୍ଲାସ୍ ବି ହେଉନାହିଁ ତଥାପି ବି ପିଲା ମାନେ ଶ୍ରେଣୀ ଗୃହ ରେ ବସିବାକୁ ବାଧ୍ୟ,ସେମାନେ କୌଣସି ବି ପରିସ୍ଥିତି ରେ ବାହାରକୁ ଯିବେ ନାହିଁ। ଖେଳ ପିରିଆଡ୍ ରେ ମଧ୍ୟ କ୍ୟାମ୍ପସ ଭିତରେ ହିଁ ଖେଳିବେ।
ଯଦି କୌଣସି ପିଲା ସ୍କୁଲ୍ ବାହାରକୁ ଯାଆନ୍ତି ସେଥି ପାଇଁ କେବଳ ସ୍କୁଲ୍ କର୍ତ୍ତୃପକ୍ଷ ହିଁ ଦାୟୀ ରହିବେ।
ଆସନ୍ତା ସପ୍ତାହ ରେ ସ୍କୁଲ୍ ଖୋଲିବା ସହ ଏହି ନିୟମ ଲାଗୁ ହେବାକୁ ଯାଉଛି।
ଏପରି ନିଷ୍ପତି ନିଆଯିବ ପଛରେ ମଧ୍ୟ ରହିଛି ଏକ କାରଣ।
୨୦୧୬ ମସିହା ରେ ଜାତୀୟ ମାନବ ଅଧିକାର କମିଶନ ଙ୍କ ପାଖରେ ଏକ ଅଭିଯୋଗ ହୋଇଥିଲା ଯାହା ଅନୁସାରେ ବଲାଙ୍ଗୀର ଜିଲ୍ଲା ର ପ୍ରୁଥିରଜ୍ ହାଇ ସ୍କୁଲ୍ ର ଜଣେ ଛାତ୍ର ବାହାରକୁ ଯାଇଥିବା ବେଳେ ବିଦ୍ୟୁତ୍ ଆଘାତ ରେ ପ୍ରାଣ ହରାଇଥିଲା। ଏବଂ ଏହାକୁ ନେଇ ଏନ୍ ଏଚ୍ ଆର୍ ସି ରେ ଏକ ମାମଲା ରୁଜୁ ହୋଇଥିଲା। ଯେପରି ପୁଣି ଏମିତି ନ ହୁଏ ସେ ନେଇ ଓଡ଼ିଶା ଶିକ୍ଷା ବିଭାଗ କୁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଏହାକୁ ପାଳନ କରିବା ପାଇଁ ସରକାର ଏହିପରି ନିଷ୍ପତି ନେଇଛନ୍ତି।