ଚୀନ୍ ବିଷୟରେ କିଛି ଜାଣିବା କଥା

ଚୀନ ଆଜି ଆମେରିକା ପରେ ପୃଥିବୀର ବୃହତ୍ତମ ଅର୍ଥନୀତି ।କିନ୍ତୁ ଆପଣ ଜାଣିଛନ୍ତି କି ଏହା ପଛର ଅସଲ ରହସ୍ୟ କଣ?

କଣ ପାଇଁ ଚୀନ ନିଜର ମାଲ୍ କୁ ଶସ୍ତାରେ ରପ୍ତାନି କରେ ? ପୃଥିବୀର ଅଲଗା ଦେଶ ତୁଳନାରେ ଚୀନର ମାଲ୍ ଅଧିକ ଭେଜାଲ କଣ ପାଇଁ?

୧.ଚୀନର ପ୍ରତିବର୍ଷ ଗ୍ରୀଷ୍ମ ଦିନେ ଗୋଟେ ବଡ଼ ପର୍ବ ପାଳନ କରାଯାଏ।ଏବଂସେଥିରେ ବହୁତ୍ ଲୋକ ଭାଗ ନିଅନ୍ତି ଆଉ ସେଥିରେ କୁକୁରର ମାଂସ ରେ ବିଭିନ୍ନ ପ୍ରକାର ଡିସ୍ ବନା ଯାଏ।ଚାଇନା ର ପରମ୍ପରାରେ ୪୦୦ ବର୍ଷ ଧରି ଲୋକ କୁକୁର ମାଂସ ଖାଇ ଆସୁଛନ୍ତି।

ଯଦି ଆପଣ ଚାଇନା ର ବଡ଼ ବଡ଼ ହୋଟେଲକୁ ଯିବେ ସେଠାରେ କୁକୁର ମାଂସ ବହୁଳ ପରିମାଣରେ ବ୍ୟବହାର କରାଯାଏ।

୨.ଚାଇନାରେ ସବୁଠୁ ଅଧିକ ଲୋକଙ୍କୁ ଫାଶୀ ଦିଆଯାଏ।ଛୋଟ ଛୋଟ ଭୁଲ ପାଇଁ ଲୋକଙ୍କୁ ଫାଶୀ ଦିଆଯାଏ।ଚାଇନାରେ ଲୋକମାନଙ୍କର ସ୍ଵାଧୀନତା ବହୁତ୍ କମ୍।

ଅନ୍ୟ ଯେକୌଣସି ଦେଶ ତୁଳନାରେ ୪ ଗୁଣ ଅଧିକ ଲୋକଙ୍କୁ ଫାଶୀ ଦିଆଯାଏ।

୩.ଚାଇନାରେ ପୋଲିସ ମାନେ କୁକୁର ବଦଳରେ ହଂସ ବ୍ୟବହାର କରନ୍ତି।ସେମାନଙ୍କ କହିବା କଥା ହଂସ ମାନେ କୁକୁର ମାନଙ୍କ ତୁଳନାରେ ବହୁତ୍ ଭଲ ଆଉ ଶୀଘ୍ର ଟ୍ରେନିଂ ନେଇଥାନ୍ତି ଆଉ ଭଲ କାମ ବି କରିଥାନ୍ତି।

୪.ଚାଇନାରେ ୩ କୋଟି ରୁ ଅଧିକ ଲୋକ ପାହାଡ଼ ଗୁମ୍ଫାରେ ରୁହନ୍ତି।ବାହାରୁ ଅଧିକ ଧନୀ ଦେଖାଯାଉଥିଲେ ମଧ୍ୟ ଚାଇନା ଲୋକମାନେ ବହୁତ୍ ଗରିବ ଅଟନ୍ତି।

ଏମିତିକି ୧୦ କୋଟି ରୁ ଅଧିକ ଲୋକ ଦିନକୁ ୫୦ ଟଙ୍କା ମଧ୍ୟ ଖର୍ଚ୍ଚ କରନ୍ତିନାହି। ଚାଇନା ସହର ଗୁଡ଼ିକ ବହୁତ୍ ପ୍ରଦୂଷିତ ।

Leave a Reply

Your email address will not be published. Required fields are marked *