ଭୁଲ୍ ରେ ଏହି 5 ଟି ଲୋକଙ୍କୁ ଘରକୁ ଡାକନ୍ତୁ ନାହିଁ

କୁହାଯାଏ ସଂସାର ଭିତରେ ଘର କରିଥିଲେ ବନ୍ଧୁ ବାନ୍ଧବ ଙ୍କୁ ଲୋଡ଼ଇ ଅର୍ଥାତ ସମାଜ ରେ ଯେହେତୁ ଆମେ ପରିବାର ନେଇ ରହୁଛେ , ଆମ ଇଛା ବା ଅନିଚ୍ଛା ସତ୍ୱେ ବହୁ ବନ୍ଧୁ ବାନ୍ଧବ ର ସମ୍ପର୍କ ଗଢି ଉଠିଥାଏ I ସେମାନଙ୍କ ଭିତରୁ ଆମେ କିଛି ଜଣଙ୍କୁ ପସନ୍ଦ କରୁ ତ ଆଉ କିଛି ଜଣଙ୍କୁ ଅପସନ୍ଦ କରିଥାଉ I କିନ୍ତୁ ସମାଜ ର ରୀତିନୀତି ଅନୁଯାଇ ଆମ ଇଛା ନଥିଲେ ମଧ୍ୟ ସେମାନଙ୍କୁ ଘରକୁ ଡାକିଥାଉ I କିନ୍ତୁ ସଂସାର ରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କୁ ଆମ ଘରକୁ ଡାକିବା ଉଚିତ ନୁହେଁ I ଏମାନଙ୍କ ଠାରୁ ସର୍ବଦା ଆମ ପରିବାର ର ସଦସ୍ୟ ମାନଙ୍କୁ ଦୁରେଇ ରଖିବା ଉଚିତ ନଚେତ ଆମର ହିଁ କ୍ଷତି ହେଇଥାଏ I

ଦୋହରା ଚରିତ୍ର ବ୍ୟକ୍ତି :ଅର୍ଥାତ ଯେଉଁମାନେ ଆପଣଙ୍କ ସାମ୍ନାରେ ପ୍ରଶଂସା କରିଥାନ୍ତି କିନ୍ତୁ ପଛପଟେ ଅନ୍ୟ ଆଗରେ ନିନ୍ଦା କରିଥାନ୍ତି I ଏମାନେ ବହୁତ କ୍ଷତିକାରକ ଅଟନ୍ତି I ନିଜ ସ୍ୱାର୍ଥ ପାଇଁ ଏମାନେ ସବୁବେଳେ ସାମ୍ନାରେ ଭଲେଇ ହୁଅନ୍ତି I ଏମାନଙ୍କୁ ଘରକୁ ଡାକିବା ଦ୍ୱାରା ନିଜର କ୍ଷତି ହେଇଥାଏ I

ଚରିତ୍ରହୀନ ବ୍ୟକ୍ତି : କଥାରେ ଅଛି ଥିଲେ ଥାଉ ପଛେ ଗୁଣ ହଜାର ଚରିତ୍ର ନଥିଲେ ସବୁ ଅସାର I ଯେଉଁମାନଙ୍କର ଚରିତ୍ର ଠିକ ନାହିଁ ସେମାନଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ ଏମାନଙ୍କର ସବୁବେଳେ ଅନ୍ୟ ମହିଳା ମାନଙ୍କ ଉପରେ ନଜର ରହିଥାଏ I

ଦୁଷ୍ଟ ବ୍ୟକ୍ତି :ଯେଉଁମାନେ ଭଲ କାର୍ଯ୍ୟ କରିନଥାନ୍ତି I ସର୍ବଦା ଅନ୍ୟର ଅମଙ୍ଗଳ ଚାହିଁଥାନ୍ତି , ଚୋରି ଡକାୟତି ରେ ଲିପ୍ତ ଥାନ୍ତି ଏମାନଙ୍କୁ ନିଜ ଘରକୁ ଡାକନ୍ତୁ ନାହିଁ Iନୀଚ ବ୍ୟକ୍ତି : ଯେଉଁମାନେ ଅଶିକ୍ଷିତ ଅଭଦ୍ର ହେଇଥାନ୍ତି I ସଂସ୍କାର ,ଶିଷ୍ଟାଚାର ଜଣାନଥାଏ ସେମାନଙ୍କୁ ଘରକୁ ଡାକନ୍ତୁ ନାହିଁ Iଆପଣଙ୍କୁ କଷ୍ଟ ଦେଉଥିବା ବ୍ୟକ୍ତି : ଯେଉଁମାନେ ବିନା କାରଣ ରେ ଅନ୍ୟକୁ କଷ୍ଟ ଦେଇ ଖୁଶି ଅନୁଭବ କରୁଥାନ୍ତି ,ଅନ୍ୟକୁ ଛଳନା , ପ୍ରତାରଣା କରିଥାନ୍ତି ସେମାନଙ୍କ ଠାରୁ ନିଜ ପରିବାର କୁ ଦୁରେଇ ରଖନ୍ତୁ I

Leave a Reply

Your email address will not be published. Required fields are marked *