ପ୍ରତ୍ୟେକ ଛାତ୍ରଛାତ୍ରୀ ମାନେ ଏହାକୁ ନିଶ୍ଚୟ ଥରେ ପଢନ୍ତୁ

ଏହା କୌଣସି କାହାଣୀ ନୁହେଁ ବରଂ ୯୯%ଲୋକଙ୍କ ଜୀବନର ସତ୍ୟତା।ଆମେ ଯେତେ ମଧ୍ୟ ଲୋକ ଅଛନ୍ତି ସମସ୍ତେ ନିଜ ଯୋଗ୍ୟତାକୁ ଭୁଲି ସାରିଛନ୍ତି।ସମସ୍ତେ ଭାବୁଛନ୍ତି ମୁଁ ଏହି କାମ କରିପାରିବି ନାହିଁ।ଏହି କାହାଣୀ ପଢନ୍ତୁ ଆଉ ବିଶ୍ୱାସ ଏହି କାହାଣୀ ଆପଣଙ୍କ ଜୀବନକୁ ସମ୍ପୂର୍ଣ ବଦେଳିଦେବ।

ଥରେ ଜଣେ ରାଜାଙ୍କୁ କେହି ଜଣେ ବ୍ୟକ୍ତି ଦୁଇଟି ବାଜ ପକ୍ଷୀ ଦେଇଥିଲେ।ଏହି ଦୁଇଟି ପକ୍ଷୀ ବହୁତ୍ ଶକ୍ତିଶାଳୀ ଏବଂ ସୁନ୍ଦର୍ ଥିଲେ।ଏବଂ ଏହି କାରଣରୁ ରାଜା ସେମାନଙ୍କୁ ବହୁତ୍ ଭଲ ପାଉଥିଲେ।ବାଜ ପକ୍ଷୀ ଦୁହିଁଙ୍କୁ ପ୍ରଶିକ୍ଷଣ ଦେବଙ୍କୁ ରାଜା ଜଣେ ବିଦ୍ୱାନ ଙ୍କୁ ଡାକିଥିଲେ।ମାସ ମାସ ଧରି ପ୍ରଶିକ୍ଷଣ ଚାଲୁରହିଥି ଲା।

କିଛି ମାସ ପରେ ରାଜା ସେ ବାଜ ପକ୍ଷୀ ଦୁହିଁଙ୍କୁ ଦେଖିବାକୁ ଆସିଥିଲେ। ଟ୍ରେନର ଦୁଇ ବାଜ ପକ୍ଷୀଙ୍କୁ ଉଡାଇଥିଲେ।ଗୋଟେ ବାଜ ପକ୍ଷୀ ଭଲ ଭାବରେ ଉଡୁଥିଲା।ଏବଂ ଆକାଶକୁ ଛୁଇଁ ଯାଉଥିଲା।କିନ୍ତୁ ଆଉ ଗୋଟେ ପକ୍ଷୀ ଅଳ୍ପ ଉଡି ଆସି ଏକ ଡାଳ ରେ ବସିଲା।ରାଜା ଏହା ଦେଖି ବହୁତ୍ ଆଶ୍ଚର୍ଯ୍ୟ ଓ ଦୁଃଖିତ ହୋଇଥିଲେ।

ରାଜା କହିଲେ ଏହି ବାଜ ପକ୍ଷୀ କାହିଁକି ଉଡି ପାରୁନାହିଁ। ଟ୍ରେନର କହିଲେ ମହାରାଜ ଏହି ବାଜ ପକ୍ଷୀର ପ୍ରଥମରୁ ହିଁ ଅସୁବିଧା ରହିଛି।ସେ ଏହି ଡାଳ କୁ ଛାଡ଼ି ଯାଉନାହିଁ।ଅନେକ ଚେଷ୍ଟା କରିମଧ୍ୟ ସେହି ବାଜ ପକ୍ଷୀ ଆସି ଏହି ଡାଳ ରେ ବସିଯାଉଛି।ଉଡିବାକୁ ମଧ୍ୟ ଚାହୁଁନାହିଁ।ରାଜା ଦୁଇଟି ଜାକ ବାଜ ପକ୍ଷୀଙ୍କୁ ବହୁତ୍ ଭଲ ପାଉଥିଲେ ସେଥିପାଇଁ ସେ ଅନେକ ଜ୍ଞାନୀ ଚିକିତ୍ସ କ ଙ୍କୁ ଡ଼କାଇଥିଲେ।ସେ ବାଜକୁ ବହୁତ୍ ଉଡାଇବା ପାଇଁ ବହୁତ୍ ଚେଷ୍ଟା କରିଥିଲେ।କିନ୍ତୁ ଫଳ ସମାନ ଥିଲା।

ବାଜ ପକ୍ଷୀଟି ଅଳ୍ପ ଟିକେ ଉଡିଆସି ପୁଣି ସେହି ଡାଳ ରେ ବସୁଥିଲା।କିନ୍ତୁ କିଛିଦିନ ପରେ ରାଜା ହଠାତ୍ ଦେଖିଲେ ତାଙ୍କର ଦୁଇଟି ଯାକ ବାଜ ପକ୍ଷୀ ଆକାଶରେ ଉଡୁଛନ୍ତି।ରାଜା ଏହାକୁ ଦେଖି ବହୁତ୍ ଆଶ୍ଚର୍ଯ୍ୟ ହେଲେ।ଏବଂ ସେହି ବ୍ୟକ୍ତି କୁ ଡାକିଲେ ଯିଏ ଏହି ଆଶ୍ଚର୍ଯ୍ୟର କାମ କରିଥିଲା।ସେ ବ୍ୟକ୍ତି ରାଜାଙ୍କ ଦରବାର କୁ ଆସିଲା ଆଉ ରାଜା ତାଙ୍କୁ ଅନେକ ସ୍ଵର୍ଣ୍ଣ ମୁଦ୍ରା ଦେଲେ

ଏବଂ ପଚାରିଲେ ତୁମେ ଏହା କିପରି କରିପାରିଲ।ସେ ବ୍ୟକ୍ତି ଜଣକ କହିଲେ ମହାରାଜ ମୁଁ ଜମା ଜ୍ଞାନୀ ନୁହେଁ।

ମୁଁ ତ ଜଣେ ସାଧାରଣ ବ୍ୟକ୍ତି ମୁଁ ତ ବାସ୍ ସେହି ଡାଳକୁ କରିଦେଇଥିଲି ଯେଉଁ ଡାଳ ରେ ଆସି ବାଜ ପକ୍ଷୀ ସବୁଦିନ ବସୁଥିଲା।ଯେବେ ସେ ଡାଳ ଟି ରହିଲା ନାହିଁ ତେବେ ସେ ବାଧ୍ୟ ହୋଇ ଅନ୍ୟ ବାଜ ପକ୍ଷୀ ସହ ଆକାଶରେ ଉଡ଼ିଲା।
ଏ କାହାଣୀ ଆମକୁ ଶିକ୍ଷା ଦିଏ ଯେ ଆମ ପାଖରେ ବହୁତ୍ ପ୍ରତିଭା ରହିଛି କିନ୍ତୁ ଆମେ ନିଜର କ୍ଷମତାକୁ ଭୁଲି ଯାଉଛନ୍ତି।ଆପଣ ନିଜର ଯୋଗ୍ୟତା କୁ ଚିହ୍ନନ୍ତୁ।ଆପଣ ଯାହା ଚାହିଁବେ ତାହା କରିପାରିବେ।ଏବଂ ନିଶ୍ଚୟ କୃତ କାର୍ଯ ହେବେ।

ଯଦି ଜଣେ ରାସ୍ତାରେ ଚାହା ବିକୁଥିବା ବ୍ୟକ୍ତି ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଲେ ତେବେ ଆପଣ କାହିଁକି ନୁହେଁ ଯଦି ଜଣେ ବାହାରୁ ମଇଳା ଗୋଟାଉଥିବ ପିଲା ଭାରତର ବେଷ୍ଟ୍ କ୍ରିକେଟ୍ ର ଙ୍କ ଲିଷ୍ଟ ରେ ଆସି ପାରିଲା ତେବେ ଆପଣ କାହିଁକି ନୁହେଁ ।ସବୁ କାର୍ଯ୍ୟ ସମ୍ଭବ।

Leave a Reply

Your email address will not be published. Required fields are marked *