ଆପଣଙ୍କ ଫୋନ୍ ହଜିଗଲେ ବା ଚୋରି ହୋଇଗଲେ କିପରି ଜାଣିବେ କେଉଁଠି ଅଛି

ଆଜ୍ଞା ହଁ,ଏହି ସୁବିଧା ମଧ୍ୟ ଉପଲବ୍ଧ ଅଛି ଆପଣଙ୍କ ଫୋନ୍ ରେ। ଆପଣ ଜାଣିନାହାନ୍ତି ଏହି ସୁବିଧା ବିଷୟରେ ?

ଠିକ୍ ଅଛି ତାହେଲେ ଆସନ୍ତୁ ଜାଣିବା କିପରି ଭାବରେ ଆପଣ ଏହି ସୁବିଧା ର ଫାଇଦା ଉଠେଇ ପାରିବେ।

ଏହା ବିଷୟରେ କହିବା ପୂର୍ବରୁ ଆପଣ ଜଣିରଖନ୍ତୁ ଯେ ଏହା ସେତେବେଳେ ହିଁ କାମ କରିବା ଯେତେବେଳେ ଆପଣଙ୍କ ଫୋନ୍ ରେ ଇଣ୍ଟରନେଟ୍ ସୁବିଧା ଥିବା ଓ ଆପଣଙ୍କ ଗୁଗୁଲ୍ ଆକାଉଣ୍ଟ୍ ଫୋନ ରେ ଲଗ୍ ଇନ୍ ଥିବ।

ଯଦି ଆପଣ ଆପଣକଂ ଫୋନ୍ ପାଉ ନାହାନ୍ତି ତେବେ ଆପଣଙ୍କ କମ୍ପ୍ୟୁଟର କିମ୍ବା ଅନ୍ୟ କୌଣସି ଫୋନ୍ ରେ google.com କୁ ଜାନ୍ତୁ।

ଓ ସେଠାରେ ଉପରେ ଡାହାଣ ପଟରେ ଥିବା ସାଇଁନ୍ ଏନ୍ ରେ କ୍ଲିକ୍ କରନ୍ତୁ। ସେଠାରେ ନିଜ ଫୋନ୍ ରେ ଲଗ୍ ଏନ୍ ଥିବା Gmail ଆକାଉଣ୍ଟ୍ କୁ ଲଗ୍ ଇନ୍ କରନ୍ତୁ।

ଏହା ପରେ ପୁଣି ଗୁଗୁଲ୍ ର ହୋମ୍ ପେଜ କୁ ଆସନ୍ତୁ।

ଓ ସେଠାରେ ଗୁଗୁଲ୍ ରେ ଲେଖନ୍ତୁ where is my phone

ଯେପରି ଆପଣ ଦେଖି ପାରୁଛନ୍ତି ସେହିପରି ଆପଣଙ୍କୁ ଦେଖା ଯିବ।

ଏହା ପରେ ଦେଖାଯାଉଥିବା ମାନଚିତ୍ର ରେ ନୀଳ ରଙ୍ଗ ର ଏକ ବୃତ୍ତାକାର ଦେଖାଯିବ। ଯାହା କି ହେଉଛି ଆପଣକଂ ଫୋନ୍ ର ଲୋକେସନ୍। ସେଠାରେ ଯୁମ୍ କରି ଆପଣ ଆପଣଙ୍କ ଫୋନ୍ କେଉଁଠି ଅଛି ଜାଣିପାରିବେ।

ଏହା ଛଡ଼ା ଆପଣ ନିଜ ଫୋନ୍ କୁ ରିଙ୍ଗ କରି ପାରିବେ କିମ୍ବା ଫୋନ ରେ ଥିବା ଆପଣଙ୍କ ସବୁ ଡାଟା କୁ ମଧ୍ୟ delete କରି ପାରିବେ।

ଚିତ୍ର ରେ ଥିବା ରିଙ୍ଗ ଅପ୍ସନ୍ କୁ କ୍ଲିକ୍ କଲେ ଆପଣକଂ ଫୋନ୍ ସାଇଲେଣ୍ଟ ଥିଲେ ମଧ୍ୟ ତାହା ବାଜି ଉଠିବ।

ଓ ଆପଣ ଆପଣକଂ ଫୋନ ପାଇପାରିବେ।

Leave a Reply

Your email address will not be published. Required fields are marked *