ଋତୁସ୍ରାବ ବିଷୟରେ ଯୁବତୀ ମାନେ ନିହାତି ଜାଣିବା ଆବଶ୍ୟକ :ଋତୁସ୍ରାବ ଜନିତ ସମସ୍ୟା ଏବଂ ପ୍ରତିକାର

ସୃଷ୍ଟି କୁ ରକ୍ଷା କରିବା ରେ ନାରୀ ର ଅବଦାନ ଗୁରୁତ୍ୱପୂର୍ଣ୍ଣ I ନ ମାସ ଗର୍ଭରେ ଧରି ସନ୍ତାନ କୁ ଜନ୍ମ ଦେଇଥାଏ I
ତେବେ ନାରୀଟିର ଜୀବନ ବହୁ ଉତଥାନ ପତନ ଦେଇ ଗତି କରିଥାଏ I ଏପରିକି ନାରୀର ମୁଖ୍ୟ ପ୍ରକ୍ରିୟା ଋତୁସ୍ରାବ କୁ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି I ନାରୀକୁ ବହୁ କୁ ସଂସ୍କାର ଦେଇ ଗତି କରିବାକୁ ସମାଜ ବାଧ୍ୟ କରିଥାଏ I ଋତୁସ୍ରାବ ବା ରଜସ୍ୱଳା ହେଉଛି ସୃଷ୍ଟିର ଏକ ସ୍ୱାଭାବିକ ପ୍ରକ୍ରିୟା I ଏହା ହେଉଛି ଯୁବତୀ ମାନଙ୍କର ଯୌବନ ର ଲକ୍ଷଣ I ଏବଂ ଗର୍ଭାଶୟ ପରିପକ୍ଵତା ହେଇଥାଏ I ଆଭ୍ୟନ୍ତରିଣ ବଦ ରକ୍ତ ନାରୀର ଗୁପ୍ତାଙ୍ଗ ଦେଇ ବାହାରକୁ ନିଷ୍କାସିତ ହେଇଥାଏ I ସାଧାରଣତଃ ଅନେକ ଏହାକୁ ଦେଖି ଭୟଭୀତ ହେଇଥାନ୍ତି I ମାନସିକ ଅବସାଦ ରେ ରହିଥାନ୍ତି I କିନ୍ତୁ ଏ ବିଷୟରେ ଯୁବତୀ ମାନଙ୍କୁ ସଚେତନ କରିବା ଆବଶ୍ୟକ I

ଋତୁସ୍ରାବ ସମୟରେ କଣ କରିବା ଉଚିତ ଏବଂ ଅନୁଚିତ :
ପ୍ରତିମାସ ଜଣେ ସୁସ୍ଥ ନାରୀର ମାସିକ ଋତୁସ୍ରାବ ହେଇଥାଏ I ଏହାଦ୍ୱାରା 50% ବଦ ରକ୍ତ ଏବଂ ଗର୍ଭଶୟର ବିଭିର୍ଣ୍ଣ ପ୍ରକାର ମଇଳା ଗୁପ୍ତାଙ୍ଗ ଦେଇ ନିଷ୍କାସିତ ହେଇଥାଏ I
1)ପ୍ରଥମେ ଏହାକୁ ଏକ ସ୍ୱାଭାବିକ ପ୍ରକ୍ରିୟା ଭାବି ଭୟଭୀତ ନହେଇ ସହଜ ଭାବେ ଗ୍ରହଣ କରନ୍ତୁ I

2)ଋତୁସ୍ରାବ ସମୟ ରେ ସାଧାରଣତଃ ଗାଁ ମାନଙ୍କରେ ଅନ୍ଧାରୁଆ ଘରେ ଲୁଚିରୁହଂତି ,ଗାଧୁଆ ପାଧୁଆ କରନ୍ତି ନାହିଁ କାହା ସହିତ ମିଶନ୍ତି ନାହିଁ I ଏକାକୀ ରହିବାକୁ ଦିଆଯାଏ I ଏପରି କରିବା ଉଚିତ ନୁହେଁ ସ୍ୱାଭାବିକ ଭାବେ ଚଳ ପ୍ରଚଳ କରନ୍ତୁ ଏବଂ ନିତ୍ୟ ନୈମିତ୍ତିକ କାମ କରନ୍ତୁ I
3) ଫ୍ରି ହାଣ୍ଡ ବ୍ୟାୟାମ କରନ୍ତୁ I
4) ଯଦି କପଡା ବ୍ୟବହାର କରୁଥାନ୍ତି ତେବେ ଦିନକୁ ଦୁଇ ତିନିଥର ବଦଳାଇବା ସହିତ ପରିସ୍କାର କରନ୍ତୁ ସବୁଠୁ ଭଲ ସାନିଟାରୀ ନାପକିନ ବ୍ୟବହାର କରନ୍ତୁ

5) ଋତୁସ୍ରାବ ସମୟରେ ଅଧିକ ପାଣି ପିଅନ୍ତୁ ଏବଂ କର୍ମ ଚଂଚଳ ରୁହନ୍ତୁ I

ସମସ୍ୟା:-

1)ପ୍ରଥମ ଋତୁସ୍ରାବ ଠାରୁ ଏହା 19/20 ବର୍ଷ ଯାଏଁ ସଠିକ ସମୟରେ ହୁଏତ ହେଇନପାରେ ଅନିୟମିତ ହେଇପାରେ I ଏଇଥିପାଇଁ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ I ଋତୁସ୍ରାବ ଜନିତ ସମୟ ଅନିୟମିତତା ପାଇଁ ମାନସିକ ଅବସାଦ ରେ ରୁହନ୍ତୁ ନାହିଁ I ଏହା ଆପେ ଆପେ ଠିକ ହେଇଥାଏ I
2) ଋତୁସ୍ରାବ ସମୟରେ ଅଣ୍ଟା ବ୍ୟଥା , ତଳିପେଟ ବ୍ୟଥା , ଗୋଡହାତ ବ୍ୟଥା ହେଇଥାଏ I ଏଇଥିପାଇଁ ବ୍ୟସ୍ତ ହେବା ଆବଶ୍ୟକ ନାହିଁ କି କୌଣସି ଔଷଧ ସେବନ କରିବା ଦରକାର ନାହିଁ I ଏହା ସାଧାରଣ ପ୍ରକ୍ରିୟା I ଆପେ ଆପେ ଭଲ ହେଇଯିବ I

3) କେତେକଙ୍କର ବାନ୍ତି ମଧ୍ୟ ହେଇଥାଏ , ଯଦି ଘରୋଇ ଉପାୟରେ ବାନ୍ତି ବନ୍ଦ ନହୁଏ ତେବେ ଡାକ୍ତର ନ୍କ ଅସହିତ ପରାମର୍ଶ କରନ୍ତୁ I
4) ଯଦି 10/12 ପର୍ଯ୍ୟନ୍ତ ରକ୍ତସ୍ରାବ ହୁଏ କିମ୍ବା ମାସକୁ ଦୁଇଥର ସ୍ରାବ ହୋଇଥାଏ ତେବେ ତୁରନ୍ତ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ I

ଅଧିକ ଜାଣିବା ପାଇଁ ଆମ କୁ ଫେସବୁକ ରେ ଫଲୋ ଏବଂ ଲାଇକ କରନ୍ତୁ I
copyright@Odishaexclusive

Leave a Reply

Your email address will not be published. Required fields are marked *