ସମସ୍ତେ ଏକ ଖୁସି ର ଜୀବନ ବଞ୍ଚିବା ପାଇଁ ସଦା ସର୍ବଦା ପ୍ରୟାସ କରିଥାନ୍ତି। କିନ୍ତୁ ସମସ୍ତେ ସବୁବେଳେ ଧନୀ ହୋଇପାରନ୍ତି ନାହିଁ। କିଛି ଲୋକ କମ୍ ପରିଶ୍ରମ ରେ ବି ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରୁଥିବା ବେଳେ ଆଉ କିଛି ଲୋକ ବହୁତ୍ ପରିଶ୍ରମ ରେ ହିଁ ଖାଇବା ଯୋଗାଡ଼ କରିଥାନ୍ତି।
ତେବେ ରାମଚରିତ ମାନସ ଅନୁସାରେ ଏପରି କେତେ ଲୋକ ଥାନ୍ତି ଯେଉଁ ମାନଙ୍କ ପାଖରେ ଆଦୋଉଁ ଟଙ୍କା ରୁହେ ନାହିଁ। ତେବେ ଏହାକୁ ନେଇ ଆମର ଆଜି ର ପୋଷ୍ଟ।
୧.ଖରାପ୍ ଜୀବନ ସାଥୀ
କଥାରେ ଅଛି ଭଲ ଜୀବନ ସାଥୀ ଟିଏ ଜୀବନ ବଦଳାଇ ଦେଇପାରେ। କିନ୍ତୁ ସେହିପରି ଖରାପ୍ ଜୀବନ ସାଥୀ ଜୀବନ କୁ ନର୍କ ମଧ୍ୟ କରିଦେଇ ପାରେ।
ଆଉ ମଧ୍ୟ ରାମଚରିତ ମାନସ ଅନୁସାରେ ଯିଏ ନିଜ ଜୀବନ ସାଥୀ କୁ ଧୋକ ଦେଇଥାଏ ସେ କେବେ ଜୀବନରେ ଧନୀ ହୋଇପାରେ ନାହିଁ।
୨.ଯେଉଁ ମାନେ ଅଧିକ ଲୋଭ କରୁଥିବେ
ଯିଏ ସବୁବେଳେ ଧନ ପଛରେ ଦୌଡ଼ୁଥିବା ସେ କେବେ ବି ଧନ ପ୍ରାପ୍ତି କରିପାରେ ନାହିଁ। ନିଜ କର୍ମ ପଛରେ ସବୁବେଳେ ଯାନ୍ତୁ ଧନ ଆପେ ଆସିବ।
୩.ଅତି ଗର୍ବ କରୁଥିବା ଲୋକ
ଗର୍ବ ଖାଲି ନିଜ ଜୀବନ ପାଇଁ ନୁହେଁ ନିଜ ସଂପର୍କ ମାନଙ୍କ ପାଇଁ ମଧ୍ୟ ବହୁତ୍ ଖରାପ୍ ହୋଇଥାଏ। ଯେଉଁ ମାନେ ଅନ୍ୟକୁ ସମ୍ମାନ ଦେଇ ନଥାନ୍ତି,ନିଜକୁ ସମସ୍ତଙ୍କ ଠୁ ବଡ଼ ଭାବିଥାନ୍ତି ସେମାନେ ଜୀବନ ରେ କେବେ ବି ବଡ ମଣିଷ ହୋଇ ପାରନ୍ତି ନାହିଁ।
୪.ଖରାପ୍ ଅଭ୍ୟାସ ଥିବା ଲୋକ
ଯେଉଁ ଲୋକ ମାନଙ୍କ ର ଖରାପ୍ ଅଭ୍ୟାସ ଥାଏ ଯଥା ମଦ,ସିଗାରେଟ୍,ଗୁଟଖା ଏତ୍ୟାଡି ଲୋକ ମାନେ ଜୀବନରେ ସର୍ବଦା ଦୁଃଖ ହିଁ ପାଆନ୍ତି। ରାମଚରିତ ମାନସ ଅନୁସାରେ ଯେଉଁ ମାନେ ମାଦକ ଦ୍ରବ୍ୟ ସେବନ କରିଥାନ୍ତି ସେମାନଙ୍କର ପୁରା ଜୀବନ ଏହି ଅଭ୍ୟାସ କୁ ବଜାୟ ରଖିବାକୁ ଲାଗିଯାଏ।
ଏହା ପାଇଁ ଧନ ଓ ଜୀବନ ର ହାନି ହୋଇଥାଏ।