ଗୁଇନ୍ଦା ର ହାଇ ଆଲର୍ଟ: ଭାରତ ପଶିବା ଅପେକ୍ଷା ରେ ୨୦୦ ଆତଙ୍କବାଦୀ

ଭାରତ ର ଗୁଇନ୍ଦା ବିଭାଗ ଭାରତୀୟ ସେନା ଙ୍କୁ ଜାରି କରିଛି ହାଇ ଆଲର୍ଟ।ଭାରତ ରେ ପଶିବ ଅପେକ୍ଷା ରେ ରହିଛନ୍ତି ୨୦୦ ଆତଙ୍କବାଦୀ।

ଗୁଇନ୍ଦା ର ସୂଚନା ମୁତାବକ କାଶ୍ମୀର ର ପୁଂଚ, ନୌସେର, ଶୋପିଆଁ,ଗନ୍ଦେଲ୍ ୱାର୍, ଏବଂ କୁଲ ଗ୍ରାମ ଅଞ୍ଚଳ ରେ ଏହି ଆତଙ୍କବାଦୀ ମାନେ ପଶିବାକୁ ଉଦ୍ୟମ କରୁଥିବାର ଜାଣିବାକୁ ମିଳିଛି।

ଏହି ଆତଙ୍କବାଦୀ ମାନଙ୍କୁ loc ରେ ମିଳିଛି ସ୍ପେଶିଅଲ୍ ଟ୍ରେନିଂ।ଟ୍ରେନିଂ ସମାପ୍ତ ହେବା ପରେ ଭାରତକୁ ଏମାନଙ୍କୁ ପୁରେଇବାକୁ ଜୋରଦାର ଉଦ୍ୟମ ଚଳାଇଛି ପାକିସ୍ତାନ।

ଏହା ସହ ଅମରନାଥ ଯାତ୍ରା ମଧ୍ୟ ବିପଦ ରେ ରହିଛି।ଅମରନାଥ ଯାତ୍ରା କୁ ସୁରକ୍ଷିତ କରିବା ପାଇଁ ଭାରତୀୟ ସେନା ଉଦ୍ୟମ ଜାରି ରଖିଛି।

ଏହାକୁ ଲକ୍ଷ୍ୟ ରେ ରଖି ସେହି ସମସ୍ତ ଅଞ୍ଚଳ ରେ ସେନା ମୁତୟନ ବଢାଇ ଦିଆ ଯାଇଛି।ପାକିସ୍ତାନ ସେନା ବଡ଼ ଧରଣର ଅସ୍ତ୍ର ବିରତି କରିବାର ସମ୍ଭାବନା ଥିବାରୁ ଭାରତୀୟ ସେନା ଙ୍କୁ ମଧ୍ୟ ଏଥି ପାଇଁ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *