ବାବା ବଳିଆ ଙ୍କ ଅନୁରୋଧ ରେ ଅନଶନ ଭାଙ୍ଗିଲେ ମୁକ୍ତିକାନ୍ତ: ଦେଖା ଦେଲେନି ପ୍ରଧାନ ମନ୍ତ୍ରୀ

ସୁଦୂର ରାଉଲକେଲା ରୁ ପାଦ ଯାତ୍ରା କରି ଦିଲ୍ଲୀ ରେ ପହଞ୍ଚିଥିବା ମୁକ୍ତିକାନ୍ତ ଙ୍କୁ ନା ମିଳି ପାରିଲା ପ୍ରଧାନ ମନ୍ତ୍ରୀ ଙ୍କ ଦେଖା ନା ଜଣେଇ ପାରିଲେ ବ୍ରାହ୍ମଣୀ ସେତୁ ଓ ହସ୍ପିଟାଲ୍ ବିଷୟରେ।

ଏହା ପରେ ପୋଲିସ ତାଙ୍କୁ ମଧ୍ୟ ଅନଶନ ରୁ ଉଠାଇ ଦେଇଥିଲେ ଏହା ସତ୍ତ୍ଵେ ମଧ୍ୟ ଅନଶନ ଜାରି ରଖିଥିଲେ ମୁକ୍ତିକାନ୍ତ। କିନ୍ତୁ ବର୍ତ୍ତମାନ ଅନଶନ ଭାଙ୍ଗିଚନ୍ତି ମୁକ୍ତିକାନ୍ତ।

ଅନନ୍ତ ବଳିଆ ଆଶ୍ରମ ର ପ୍ରତିଷ୍ଠାତା ବାବା ବଳିଆ ଙ୍କ ଅନୁରୋଧ କ୍ରମେ ମୁକ୍ତିକାନ୍ତ ନିଜର ଅନଶନ ଭାଙ୍ଗି ଖାଦ୍ୟ ଗ୍ରହଣ କରିଛନ୍ତି।

କିନ୍ତୁ ପ୍ରଧାନ ମନ୍ତ୍ରୀ ଙ୍କ ତରଫ ରୁ ଏହା ନେଇ କୌଣସି ପ୍ରତିକ୍ରିୟା ମଧ୍ୟ ଦେଖା ଦେଇନି।

ଅପର ପକ୍ଷେ ଓଡ଼ିଶା ର ଭାରତୀୟ ଜନତା ପାର୍ଟି ରୁ ଶୁଣିବାକୁ ମିଳୁଛି ଯେ ମୁକ୍ତି କାନ୍ତ କୁଆଡେ ବିଜେଡି ର ଗୁଣ୍ଡା ଏବଂ ସେ ଜେଲ୍ ମଧ୍ୟ ଯାଇଛନ୍ତି।

Leave a Reply

Your email address will not be published. Required fields are marked *